ଅକ୍ଷର ବ୍ୟୁରୋ : ବ୍ରହ୍ମପୁର ବିଜିପୁରଶାଖା ବିସିସି ବ୍ୟାଙ୍କରୁ ଦେଢ଼ କୋଟି ଟଙ୍କା ଚଳୁ କରିଥିବା ଅଭିଯୋଗ ରେ ଗୋସାଇଁନୂଆଗାଁ ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ଗିରଫ ଦୁଇଜଣ ହେଲେ ବିଜିପୁରଶାଖା ର ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଦେବାଶିଷ ପଟ୍ଟନାୟକ ଏବଂ ମୟୂରଭଞ୍ଜ ଜିଲ୍ଲା କଟିପଟା ଥାନା ଅନ୍ତର୍ଗତ ଟୁନାକପୁର ତଥା ଉକ୍ତ ଶାଖାର ସୁପରଭାଇଜର ତୃପ୍ତି ରେଖା ମହାପାତ୍ର | ଶାଖାର ପୂର୍ବତନ ବ୍ୟାଙ୍କ ମେନେଜର ଦେବାଶିଷ, ପୂର୍ବତନ କ୍ୟାସିଅର ଅଜିତ ଏବଂ ପୂର୍ବତନ ସୁପରଭାଇଜର ତୃପ୍ତିରେଖା ସେମାନଙ୍କ କାର୍ଯ୍ୟକାଳ ସମୟରେ ଟଙ୍କା ହଡପ କରିଥିବା ବ୍ରହ୍ମପୁର କୋ-ପୋରେଟିଭ୍ ସେଣ୍ଟ୍ରାଲ୍ ବ୍ୟାଙ୍କ ଲିମିଟେଡ୍ ର ସିଇଓ ଭରତ ଚନ୍ଦ୍ର ସାହୁ ଜାଣିବାକୁ ପାଇଥିଲେ | ଏନେଇ ଏକ ଟିମ୍ ଗଠନ କରି ତଦନ୍ତ କରାଯାଇଥିଲା |ତଦନ୍ତ ରୁ ଜଣାପଡିଥିଲା ଯେ ମୋଟ ୧କୋଟି ୪୬ଲକ୍ଷ ୪୬ହଜାର ଟଙ୍କା ହଡପ ହୋଇଛି | ଏନେଇ ଶନିବାର ଦିନ ସିଇଓ ଶ୍ରୀ ସାହୁ ଗୋସାଇଁନୂଆଗାଁ ଥାନା ରେ ଅଭିଯୋଗ କରିଥିଲେ | ଅଭିଯୋଗ ଆଧାରରେ ପୋଲିସ ଦେବାଶିଷ, ତାଙ୍କ ପତ୍ନୀ ମମତା ମଙ୍ଗୱାନୀ, ତୃପ୍ତିରେଖା ଏବଂ ଅଜିଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା |ବର୍ତ୍ତମାନ ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ବ୍ୟାଙ୍କ ନେଣଦେଣ କାଗଜପତ୍ର, ଟଙ୍କା ଟ୍ରାନ୍ସଫର, ଏଫଏଫଟି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜଗୁଡ଼ିକ ପୋଲିସ ଜବତ କରିଛି | ତଦନ୍ତ ରୁ ପୋଲିସ ଜାଣିବାକୁ ପାଇଛି ଯେ ଏମାନେ ବିନା କାଗଜପତ୍ରରେ ଜାଲିଆତି କରି ଗ୍ରାହକଙ୍କ ନାମରେ ଋଣ କରି ନିଜ ସମ୍ପତ୍ତି ବଢାଉଥିଲେ | ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଦେବାଶିଷ ଟଙ୍କା ଉଠାଇ ନିଜ ପତ୍ନୀ ମମତାଙ୍କ ଆକାଉଣ୍ଟକୁ ଟଙ୍କା ପଠାଉଥିଲେ | ଅଭିଯୋଗ ଅନୁଯାଇ ପୋଲିସ ଦେବାଶିଷ ଏବଂ ତୃପ୍ତିରେଖା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ଥାନା ଅଧିକାରୀ ଶ୍ରୁତିପ୍ରଭା ପ୍ରଧାନ ସୂଚନା ଦେଇଛନ୍ତି |
ବିସିସି ବ୍ୟାଙ୍କରୁ ଦେଢ଼ କୋଟି ଟଙ୍କା ଚଳୁ














Leave a Reply