ନକ୍ସଲ ବିରୋଧୀ ଅପରେସନ; ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ।

ଅକ୍ଷର ବ୍ୟୁରୋ: ଶନିବାର ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଥିବା ପୁଲିସ କହିଛି । ଜଣେ ଅଧିକାରୀଙ୍କ କହିବାନୁସାରେ, ବିଜାପୁର ଜିଲ୍ଲାର ଦକ୍ଷିଣ ଅଞ୍ଚଳର ଏକ ଜଙ୍ଗଳରେ ସକାଳ ୫ଟା ସମୟରେ ଗୁଳି ବିନିମୟ ହୋଇଥିଲା । ଛତିଶଗଡ଼ ପୁଲିସର ଏକ ୟୁନିଟ୍, ଜିଲ୍ଲା ରିଜର୍ଭ ଗାର୍ଡର ଏକ ଦଳ ନକ୍ସଲ ବିରୋଧୀ ଅପରେସନରେ ବାହାରିଥିଲା । ସେହି ଅଞ୍ଚଳରେ ମାଓ କ୍ୟାଡରଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇଥିଲା । ସୂଚନାନୁସାରେ, ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି । ଅଧିକାରୀଙ୍କ କହିବାନୁସାରେ, ଏବେ ବି ଗୁଳି ବିନିମୟ ଜାରି ରହିଛି । କହିରଖୁଛୁ ଯେ, ଗତ ବର୍ଷ ଛତିଶଗଡ଼ରେ ସୁରକ୍ଷାବାହିନୀଙ୍କ ପୃଥକ୍ ପୃଥକ୍ ଏନକାଉଣ୍ଟରରେ ୨୮୫ ଜଣ ନକ୍ସଲ ନିହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ବିଜାପୁର ସମେତ ୭ଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଡିଭିଜନରେ ୨୫୭ ଜଣଙ୍କୁ ନିପାତ କରାଯାଇଥିଲା । ରାୟପୁର ଡିଭିଜନରେ ଥିବା ଗରିଆବନ୍ଦ ଜିଲ୍ଲାରେ ୨୭ ଜଣ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)