ଆଜି ପଶ୍ଚିମବଙ୍ଗ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଅକ୍ଷର ବ୍ୟୁରୋ: ଆଜି ପଶ୍ଚିମବଙ୍ଗ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗରେ ହେବାକୁ ଥିବା ପରିବର୍ତ୍ତନ ଯାତ୍ରା ସମାବେଶ ଓ ଜନସଭାରେ ଯୋଗ ଦେବେ । ଏପିରିକି ମେଦିନୀପୁରର ମୋୟନା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଜନସଭାକୁ ବି ସମ୍ଭୋଧନ କରିବେ ମୁଖ୍ୟମନ୍ତ୍ରୀ । ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଜୋର୍ ଧରିଲାଣି ରାଜନୀତି । ବଙ୍ଗ ଦଖଲ୍ ପାଇଁ ସବୁଦଳରେ ଆରମ୍ଭ ହୋଇଛି ଜୋରଦାର କସରତ । କଳ, ବଳ, କୌଶଳ ଖଟାଇ ପଶ୍ଚିମବଙ୍ଗକୁ ଛଡ଼ାଇ ଆଣି କବଜା କରିବ ପାଇଁ ବିଜେପି ତିଆରି କରିଛି ସ୍ୱତନ୍ତ୍ର ରଣନୀତି । ଏହି ଲକ୍ଷ୍ୟରେ ବିଜେପି ଆରମ୍ଭ କରିଛି ବଡ଼ ଅଭିଯାନ । ଆଇନ ଶୃଙ୍ଖଳା ପରିସ୍ଥିତି, ଦୁର୍ନୀତି ଏବଂ ବିକାଶକୁ ପ୍ରସଙ୍ଗ କରିବା ସହ ରାଜ୍ୟର ବିଭିନ୍ନ ପରିବର୍ତ୍ତନ ଯାତ୍ରା ଏବଂ ବଡ଼ ଜନସଭା କରିବ ବିଜେପି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)