ଦୁଇଟି ଲଘୁଚାପ ସୃଷ୍ଟି ପ୍ରଭାବରେ ରାଜ୍ୟରେ ସାତ ଦିନ ଯାଏଁ ଲାଗିରହିବ ବର୍ଷା ।

ତାତିରୁ ମିଳିବ ତ୍ରାହି । ଓଡ଼ିଶାକୁ ଭିଜାଇବ ଲଘୁଚାପ ବର୍ଷା । ଆସନ୍ତା ୨୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଦୁଇ ଦିନ ଭିତରେ ଏହା ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଲଘୁଚାପ ପ୍ରଭାବ ପାଇଁ ଆଗାମୀ ସାତ ଦିନ ରାଜ୍ୟରେ ବର୍ଷା ଜାରି ରହିବାର ସମ୍ଭାବନା ରହିଛି । ଦକ୍ଷିଣ ଓଡିଶାର ଜିଲ୍ଲା ଗୁଡିକରେ ଅଧିକ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିଭଳି ଆଜି ଆରବସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ଯାହା କ୍ରମଶଃ ଘନୀଭୂତ ହୋଇ ୩୬ ଘଣ୍ଟାରେ ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ତେବେ ୨ଟି ଲଘୁଚାପର ପ୍ରଭାବ କ’ଣ ରହିବ, ସେନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିନାହିଁ ।ଲଘୁଚାପ ପ୍ରଭାବରେ ରାଜ୍ୟରେ ବଦଳିଛି ପାଗର ମିଜାଜ୍ । କିଛି ସ୍ଥାନରେ ବର୍ଷା ପରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆଜି ସକାଳେ କିଛି ସ୍ଥାନରେ ବର୍ଷା ହୋଇଛି । ସେହିପରି ଆସନ୍ତା ଦୁଇଦିନ ମଧ୍ୟରେ କେରଳ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଓଡ଼ିଶାକୁ ମଧ୍ୟ ସଅଳ ମୌସୁମୀ ଆସିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)