ଅକ୍ଷର ବ୍ୟୁରୋ: ରାଜଧାନୀ ଆଇଗିଣିଆ ଛକ ଦୁର୍ଗା ମଣ୍ଡପ ନିକଟ ହୋର୍ଡିଂ ଭୁଶୁଡ଼ି ମୃତ୍ୟୁ ଘଟଣାରେ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି କାଳବୈଶାଖୀରେ ଭୁବନେଶ୍ୱରର ଆଇଗିଣିଆରେ ଏହି ଦୁଃଖଦ ଘଟଣା ଘଟିଥିଲା ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଉଭୟ ମୃତକ ଟୁନା ଗୌଡ଼ ଏବଂ ସଚ୍ଚିଦାନନ୍ଦ ପ୍ରଧାନଙ୍କ ପରିବାର ଲୋକଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି । ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ହୋର୍ଡିଂ ଭୁଶୁଡ଼ି ମୃତ୍ୟୁ ଘଟଣା; ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ଲକ୍ଷର ଅନୁକମ୍ପା ରାଶି ଘୋଷଣା ।












Leave a Reply