ଅକ୍ଷର ବ୍ୟୁରୋ: ରାଜ୍ୟରୁ ତଡ଼ିପାର୍ ହେଲେଣି ୪୯ ବାଂଲାଦେଶୀ । ଗୃହରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ସରକାର ଆସିବା ପରେ ଚିହ୍ନଟ ହୋଇଛନ୍ତି ୫୧ ବାଂଲାଦେଶୀ । ସେମାନଙ୍କ ମଧ୍ୟରୁ ୪୯ ଜଣଙ୍କୁ ବାଂଲାଦେଶ ପଠାଗଲାଣି । ଖୋର୍ଦ୍ଧାରୁ ୨୪, କଟକରୁ ୧୫, ଗଞ୍ଜାମ ୬, କନ୍ଧମାଳ ୩, କୋରାପୁଟରୁ ୧ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ୨ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ଜାଲ ପାସପୋର୍ଟ କରି ଧରା ପଡ଼ିଛନ୍ତି । ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ରଜ୍ଜୁ କରାଯାଇଛି । କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଧାନସଭାରେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲିଖିତ ଉତ୍ତର ରଖିଛନ୍ତି ।
ଅନ୍ୟପଟେ ଜେଲ୍ରୁ କଏଦୀ ଫେରାର ନେଇ ବିଧାନସଭାରେ ଆଉ ଏକ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତବର୍ଷ ଜୁଲାଇରୁ ଏଯାବତ୍ ୯ଟି ଜେଲ୍ରୁ ୧୩ କଏଦୀ ଫେରାର ହୋଇଛନ୍ତି । ଫେରାର କଏଦୀଙ୍କ ମଧ୍ୟରୁ ୬ ଜଣଙ୍କୁ ଧରିପାରିଛି ପୋଲିସ । ବର୍ଷକରେ ୩୧ ଜଣ ବିଚାରାଧୀନ କଏଦୀଙ୍କ ଜେଲ୍ରେ ମୃତ୍ୟୁ ହୋଇଛି । ଏହାସହ ୮ ଜଣ ଆତ୍ମହତ୍ୟା କରିଛନ୍ତି, ୩୯ ଅଭିଯୁକ୍ତ ପୋଲିସ ହେପାଜତରୁ ଚମ୍ପଟ ମାରିଛନ୍ତି ବୋଲି ଗୃହରେ ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଆଇଏଏସ, ଆଇପିଏସ୍, ଆଇଏଫଏସ ପଦବୀ ଖାଲି ନେଇ ମଧ୍ୟ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୪୬ଆଇଏଏସ, ୬୭ଆଇପିଏସ୍, ୭୦ଆଇଏଫଏସ୍ ପଦବୀ ଖାଲି ପଡିଛି । ଏହାସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ୨୭୦ଜଣ ସରକାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।












Leave a Reply