ଯଯାତି କେଶରୀ ସାହୁଙ୍କ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଘୋଷାଣ ।

ଅକ୍ଷର ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ଗ୍ରାମର ଭାନୁଦେବଙ୍କ ପୁତ୍ର ଯଯାତି କେଶରୀ ସାହୁଙ୍କ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ରାଶି ଘୋଷାଣ । ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସହାୟତା ରାଶି ଜିଲ୍ଲାପାଳଙ୍କ ଜରିଆରେ ଉକ୍ତ ସ୍ଥାନରେ ପହଞ୍ଚିବ । ଢେଙ୍କାନାଳ ଜିଲ୍ଲା ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପ୍ରଚେଷ୍ଟାରେ ହୋଇଥିବା ଆବେଦନକୁ ବିଚାରକୁ ନେଇ ଏହି ସହାୟତା ରାଶି ଆଜି ଭାନୁଦେବଙ୍କ ପରିବାର ଲୋକଙ୍କୁ ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)