ଅକ୍ଷର ବ୍ୟୁରୋ: ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ । ରାତି ୧୦ଟା ୩୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ନିତିନ । ସାରା ଦେଶରେ ଲାଗି ରହିଥିବା ତୈଳ ସମସ୍ୟାକୁ ଦେଖି ସେ ସ୍ୱତନ୍ତ୍ର ବିମାନ ବଦଳରେ ସାଧାରଣ ଯାତ୍ରୀବାହୀ ବିମାନରେ ଆସିବେ । ସୋମବାର ସକାଳୁ କୋର୍ କମିଟି ବୈଠକରେ ଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ । ଭୁବନେଶ୍ୱର ପହଞ୍ଚିବା ପରେ ନିତିନ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ପୁରୀରୁ ଭୁବନେଶ୍ୱର ଫେରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ସହ ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ସେହିଭଳି ମନ୍ତ୍ରୀମଣ୍ଡଳ ସଦସ୍ୟଙ୍କ ସହ ମଧ୍ୟ ନିତିନ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ପରେ ଖୋର୍ଦ୍ଧାରେ ଭୁବନେଶ୍ୱର ଜିଲ୍ଲା ସାଂଗଠନିକ ପ୍ରଶିକ୍ଷଣକୁ ଉଦଘାଟନ କରିବେ । ଆସନ୍ତାକାଲି ରାତିରେ ନିତିନ ପୁଣି ଦିଲ୍ଲୀ ଫେରିଯିବା ନେଇ ଦଳୀୟ ମୁଖପାତ୍ରଙ୍କ ପକ୍ଷରୁ ସୂଚନା ମିଳିଛି ।












Leave a Reply