ଅକ୍ଷର ବ୍ୟୁରୋ: ତାମିଲନାଡୁରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା ଓଡ଼ିଶା ପାଇଁ ଏକ ବଡ଼ ମାନବୀୟ ବିପର୍ଯ୍ୟୟର ରୂପ ନେଇଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ବଢ଼ି ୧୦ରେ ପହଞ୍ଚିଛି। ପୂର୍ବରୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଆଉ ଦୁଇ ଜଣ ଯୁବତୀଙ୍କ ଜୀବନ ଚାଲିଯାଇଛି। ମୃତକ ଦୁଇ ଯୁବତୀ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ବିମଳା ପଞ୍ଚାୟତ ଟାଙ୍ଗିରୀ ଦୁବନାଳୀ ସାହିର ପିତାମ୍ବର ଜୁଆଙ୍ଗଙ୍କ ଝିଅ ରୀତା ଜୁଆଙ୍ଗ ଏବଂ ବାଂଶପାଳ ବ୍ଲକ୍ କାଞ୍ଜିପାଣି ଥାନା ଅଧୀନ ଗୋନାସିକା ପଞ୍ଚାୟତର ତଳରାଇଡିହା ଗ୍ରାମର ସ୍ୱର୍ଗତ ନୀଳାମ୍ବର ଜୁଆଙ୍ଗଙ୍କ ଝିଅ ଦୀପାଞ୍ଜଳୀ ଜୁଆଙ୍ଗ। ଦୁହେଁ ଗ୍ୟାସ୍ ଲିକ୍ ଘଟଣାରେ ଗୁରୁତର ଭାବେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। ତେବେ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ ସେମାନଙ୍କୁ ବଞ୍ଚାଯାଇପାରିନଥିଲା।
ଘଟଣା ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପଚାରିବାରୁ ସେ ତାଙ୍କ ପାଖରେ ୯ ଜଣଙ୍କ ମୃତ୍ୟୁ ସମ୍ପର୍କିତ ତଥ୍ୟ ଥିବା କହିଛନ୍ତି। ତେବେ ସ୍ଥାନୀୟ ସୂତ୍ର ଓ ପରିବାର ଲୋକଙ୍କ ସୂଚନା ଅନୁଯାୟୀ ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୦ ଜଣ ଜୁଆଙ୍ଗ ଯୁବତୀ ହେଲେ ଶିବାନୀ ଟାଙ୍ଗିରୀ, ଗୀତା ଟାଙ୍ଗିରୀ, ଗୁମଣୀ ରଙ୍ଗମାଟିଆ, ଜମିନୀ ରଙ୍ଗମାଟିଆ, ଫୁଲମଣି କୋଡିପଶା,ସଜନୀ କୋଡିପଶା, ଚମ୍ପାବତୀ ତଳଚମ୍ପେଇ, ସୁବାସୀ କନ୍ତଳା, ରୀତା ଟାଙ୍ଗିରୀ , ଦୀପାଞ୍ଜଳୀ ତଳରାଇଡିହା |












Leave a Reply