ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସମସ୍ତ ତ୍ରୁଟିପୂର୍ଣ୍ଣ ବହି ପ୍ରତ୍ୟାହାର ହେବ

ଅକ୍ଷର ବ୍ୟୁରୋ: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ରାଜ୍ୟ ସରକାର ଏକ ବଡ଼ ଓ କଠୋର ନିଷ୍ପତ୍ତି ନେଇଛନ୍ତି। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।ଉନ୍ନୟନ କମିସନରଙ୍କ ନେତୃତ୍ୱରେ ଗଠିତ ତଦନ୍ତ କମିଟିର ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ କରିଥିବା କେହି ମଧ୍ୟ ଆଇନରୁ ବାଚିପାରିବେ ନାହିଁ। ଏହି ଘଟଣାରେ ଯେଉଁମାନେ ଜଡିତ, ସେମାନଙ୍କୁ କୌଣସି ପ୍ରକାର ଛାଡ଼ ମିଳିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସରକାରୀ ନିଷ୍ପତ୍ତି ଅନୁଯାୟୀ, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ମୁଦ୍ରଣ ପାଇଁ ଯେତେ ଖର୍ଚ୍ଚ ହୋଇଛି, ସେହି ସମସ୍ତ ରାଶି ଦୋଷୀଙ୍କଠାରୁ ଆଦାୟ କରାଯିବ। ଏହାକୁ ଦାୟିତ୍ୱହୀନତା ବିରୋଧରେ ଦୃଢ଼ ସନ୍ଦେଶ ବୋଲି ମନାଯାଉଛି। ସରକାର ଶୀଘ୍ର ତ୍ରୁଟିପୂର୍ଣ୍ଣ ବହିଗୁଡ଼ିକୁ ବାଜାରରୁ ପ୍ରତ୍ୟାହାର କରି ସଂଶୋଧିତ ଓ ସଠିକ୍ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀଙ୍କୁ ଯୋଗାଇବା ପାଇଁ ପଦକ୍ଷେପ ନେବେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)