ରାଜନଗରରେ ବାଲି ମାଫିଆଙ୍କ ଦାଦାଗିରି: ଅତିରିକ୍ତ ତହସିଲଦାରଙ୍କ ଗାଡ଼ି ଅଟକାଇ ଆକ୍ରମଣ ଉଦ୍ୟମ

ଅକ୍ଷର ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳରେ ବାଲି ମାଫିଆଙ୍କ ଦୋରତ୍ମ୍ୟ ପୁଣିଥରେ ସାମ୍ନାକୁ ଆସିଛି। ରୁଟିନ୍ ଏନ୍‌ଫୋର୍ସମେଣ୍ଟ ସମୟରେ ବେଆଇନ ବାଲି ପରିବହନ ଧରିବାକୁ ଯାଇଥିବା ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ଅଟକାଇ ପୁଲିସ ଉପସ୍ଥିତିରେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ରାଜନଗର ଅତିରିକ୍ତ ତହସିଲଦାର ଆଶିଷ କୁମାର ଜେନା ଆଜି ନିୟମିତ ଯାଞ୍ଚ ଅଭିଯାନ କରୁଥିବା ବେଳେ ଏକ ବାଲି ବୋଝେଇ ହାଇୱାକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ହାଇୱାଟି ନ ଅଟକି ଦ୍ରୁତ ଗତିରେ ଖସି ପଳାଇବାକୁ ଉଦ୍ୟମ କରିଥିଲା। ଏହାପରେ ହାଇୱାକୁ ପିଛା କରୁଥିବା ବେଳେ ଏକ କାର ହଠାତ୍ ଅଧିକାରୀଙ୍କ ଗାଡ଼ି ଆଗରେ ଆସି ରାସ୍ତା ଅବରୋଧ କରିଥିଲା। ଗାଡ଼ି ଅଟକିବା ପରେ କାରରୁ ବାହାରିଥିବା କିଛି ବ୍ୟକ୍ତି ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ମାଫିଆଙ୍କ ଦାଦାଗିରି ଦେଖି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଘଟଣା ପରେ ଅତିରିକ୍ତ ତହସିଲଦାର ରାଜନଗର ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ସମ୍ପୃକ୍ତ ବାଲି ମାଫିଆଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି।ତେବେ ବେଆଇନ ବାଲି ବୋଝେଇ ହାଇୱାଟି ଏପର୍ଯ୍ୟନ୍ତ ଫେରାର ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)