ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣା: ୫ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଅକ୍ଷର ବ୍ୟୁରୋ: ତାମିଲନାଡୁରେ ଘଟିଥିବା ଭୟଙ୍କର ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା ଏବେ ଓଡ଼ିଶା ପାଇଁ ଦୁଃଖଦ ସମ୍ବାଦ ଆଣିଛି। ଏହି ଅଘଟଣରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ବଢ଼ି ୫ ଜଣକୁ ପହଞ୍ଚିଛି, ଯାହାକୁ ନେଇ ରାଜ୍ୟରେ ଶୋକର ଛାୟା ପସରିଛି। ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି ଯେ, ମୃତ ୫ ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ କେନ୍ଦୁଝର ଜିଲ୍ଲାର ୨ ଜଣ ଶ୍ରମିକ ଚିହ୍ନଟ ହୋଇଛନ୍ତି। ଅନ୍ୟ ମୃତକଙ୍କ ପରିଚୟ ନିଶ୍ଚିତ କରିବାକୁ ପ୍ରଶାସନ ଦ୍ରୁତ ଉଦ୍ୟମ ଚଳାଇଛି।

ସୂଚନା ଅନୁଯାୟୀ, ତାମିଲନାଡୁର ଏକ ସି-ଫୁଡ୍ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା, ଯାହାରେ ଶତାଧିକ ଶ୍ରମିକ ଏହାର ସଂସ୍ପର୍ଶରେ ଆସିଥିଲେ। ଅନେକ ଶ୍ରମିକ ଅଚେତ ହୋଇପଡ଼ିବା ପରେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। ବର୍ତ୍ତମାନ ୫ରୁ ଅଧିକ ଓଡ଼ିଆ ଶ୍ରମିକ ଆଇସିୟୁରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଏହି ଦୁର୍ଘଟଣା ପରେ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ଶିଳ୍ପ ସଂସ୍ଥାର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ଗଭୀର ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)