ଅକ୍ଷର ବ୍ୟୁରୋ: ନୂଆ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ସରକାରୀ ସ୍କୁଲ୍ର ଛୋଟ ଛୋଟ ପିଲାମାନଙ୍କ ପାଇଁ ନୂଆ ସ୍କୁଲ୍ ବ୍ୟାଗ୍ ଯୋଗାଇବା ପ୍ରସ୍ତୁତି ଜୋରଦାର ହୋଇଛି। ଶିଶୁବାଟିକା, ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀରେ ପଢ଼ୁଥିବା ପିଲାମାନେ ଏହି ସୁବିଧାର ଲାଭ ପାଇବେ। ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ଇନଫ୍ରାଷ୍ଟ୍ରକଚର୍ ଡେଭେଲପମେଣ୍ଟ କର୍ପୋରେସନ୍ (OSIC) ବ୍ଲକ୍ ସ୍ତରରେ ସ୍କୁଲ୍ ବ୍ୟାଗ୍ ଯୋଗାଇବାର ଦାୟିତ୍ୱ ନେଇଛି। ବ୍ୟାଗ୍ଗୁଡ଼ିକ ଯଥାଶୀଘ୍ର ସ୍କୁଲ୍ଗୁଡ଼ିକରେ ପହଞ୍ଚାଇ ପିଲାମାନଙ୍କ ମଧ୍ୟରେ ବଣ୍ଟନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ଜିଲ୍ଲା ପ୍ରକଳ୍ପ ସଂଯୋଜକ (DPC)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଓସେପା (OSEPA) ସ୍ପଷ୍ଟ କରିଛି ଯେ, ବ୍ୟାଗ୍ ବଣ୍ଟନ ପ୍ରକ୍ରିୟାରେ କୌଣସି ପ୍ରକାର ବିଳମ୍ବ କିମ୍ବା ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ପିଲାମାନେ ଯେପରି ନୂଆ ଶିକ୍ଷାବର୍ଷରେ ସମୟରେ ବ୍ୟାଗ୍ ପାଇପାରିବେ, ସେଥିପାଇଁ ସମସ୍ତ ଜିଲ୍ଲାକୁ ତତ୍ପର ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦକ୍ଷେପ ଛୋଟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରତି ଆକର୍ଷିତ କରିବା ସହ ସ୍କୁଲ୍ ଉପସ୍ଥାନ ବଢ଼ାଇବାରେ ସହାୟକ ହେବ ବୋଲି ଶିକ୍ଷା ବିଭାଗ ଆଶା ପ୍ରକାଶ କରିଛି।















Leave a Reply