ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ଅଞ୍ଚଳରେ ଦିନଦହାଡ଼ି ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଜଣେ ଯୁବକଙ୍କ ଉପରକୁ ପ୍ରାୟ ୮ ରାଉଣ୍ଡ ଗୁଳି ଚଳାଇଥିବା ସୂଚନା ମିଳିଛି। ଗୁଳି ମୁଣ୍ଡ ଓ ଦେହରେ ଲାଗିବାରୁ ଯୁବକ ଗୁରୁତର ଆହତ ହୋଇଛନ୍ତି ଏବଂ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ଆକ୍ରମଣକାରୀମାନେ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ ସହଦେବଖୁଣ୍ଟା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଗୁଳିକାଣ୍ଡ ଅଞ୍ଚଳରେ ଭୟ ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ବାଲେଶ୍ୱରରେ ଗୁଳିବର୍ଷା: ଯୁବକ ଗୁରୁତର, ୮ ରାଉଣ୍ଡ ଫାୟର୍ ପରେ ଦୁର୍ବୃତ୍ତ ଫେରାର















Leave a Reply