ସ୍କୁଲ ପିଲାଙ୍କ ପାଇଁ ବଡ଼ ଅପଡେଟ୍! ସେପ୍ଟେମ୍ବର ୪ର୍ଥ ସପ୍ତାହରେ ହେବ Summative Assessment-1

ଭୁବନେଶ୍ୱର: ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଅପଡେଟ୍ । ୨୦୨୬-୨୭ ଶିକ୍ଷାବର୍ଷର Summative Assessment-1 ଆୟୋଜନ ନେଇ ନିର୍ଦ୍ଦେଶ ଜାରି କରିଛି ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ୍ ଅଥରିଟି (OSEPA) । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିଶୁ ବାଟିକା-୩ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ମୂଲ୍ୟାୟନ କରାଯିବ।

OSEPAର ନିର୍ଦ୍ଦେଶ ଅନୁସାରେ, ଆସନ୍ତା ସେପ୍ଟେମ୍ବର ମାସର ଚତୁର୍ଥ ସପ୍ତାହରେ Summative Assessment-1 ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଏବଂ ଡିଷ୍ଟ୍ରିକ୍ଟ ପ୍ରୋଜେକ୍ଟ କୋ-ଅର୍ଡିନେଟର୍ (DPC)ଙ୍କୁ ଆବଶ୍ୟକ ପଦକ୍ଷେପ ନେଇ ନିର୍ଦ୍ଧାରିତ ସମୟ ମଧ୍ୟରେ ପରୀକ୍ଷା ପ୍ରକ୍ରିୟା ସମ୍ପନ୍ନ କରିବାକୁ କୁହାଯାଇଛି। ପୂର୍ବରୁ ଜାରି ହୋଇଥିବା Assessment Framework for School Educationକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ OSEPA ପକ୍ଷରୁ ନିର୍ଦ୍ଦେଶ ରହିଛି । ଏହି ନିର୍ଦ୍ଦେଶକୁ ‘Most Urgent’ ଭାବେ ଗୁରୁତ୍ୱ ଦିଆଯାଇଛି ।

ଚଳିତ ଶିକ୍ଷାବର୍ଷରେ ନୂଆ ମୂଲ୍ୟାୟନ ବ୍ୟବସ୍ଥା ଅନୁସାରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଅଗ୍ରଗତିର ନିୟମିତ ଆକଳନ ଉପରେ ଗୁରୁତ୍ୱ ଦିଆଯାଉଛି । ଏହାଦ୍ୱାରା ପିଲାମାନଙ୍କ ଶିକ୍ଷଣ ସ୍ତର, ଦକ୍ଷତା ଓ ଶିକ୍ଷାରେ ରହିଥିବା ଅଭାବକୁ ଚିହ୍ନଟ କରିବା ସହ ଆବଶ୍ୟକ ସୁଧାରମୂଳକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ରହିବ। ତେଣୁ ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ହେବାକୁ ଥିବା ଏହି ମୂଲ୍ୟାୟନ ପାଇଁ ସ୍କୁଲସ୍ତରରେ ପ୍ରସ୍ତୁତି ଆରମ୍ଭ କରିବାକୁ ପଡ଼ିବ । OSEPAର ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ଓ ବ୍ଲକ୍ ସ୍ତରରେ ସମନ୍ୱୟ ରଖି ପରୀକ୍ଷାକୁ ସୁରୁଖୁରୁରେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱ ରହିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial