ନେପାଳ ପ୍ରଳୟରୁ ବଞ୍ଚିଲେ ଓଡ଼ିଆ ଝିଅ, ଘରେ ପହଞ୍ଚିଲେ କୁଲସୁମ୍

ବାରିପଦା: ନେପାଳର ପ୍ରଳୟଙ୍କରୀ ବନ୍ୟାରୁ ଜୀବନ ବଞ୍ଚାଇ ଶେଷରେ ଘରକୁ ଫେରିଛନ୍ତି ବାରିପଦାର ଓଡ଼ିଆ ଝିଅ କୁଲସୁମ୍ ନିଗାର । ସୁରକ୍ଷିତ ଭାବେ ଘରେ ପହଞ୍ଚିବା ପରେ ପରିବାରରେ ଖେଳିଯାଇଛି ଖୁସିର ଲହରୀ । ତେବେ ନେପାଳରେ ଫସି ରହିଥିବା ସେହି ଦୁଃସମୟର ଅନୁଭୂତି ଏବେ ବି ତାଙ୍କ ମନରୁ ଲିଭିନାହିଁ ।

ନେପାଳରେ ହଠାତ୍ ବନ୍ୟା ଆସିବା ପରେ କୁଲସୁମ୍ ଓ ତାଙ୍କ ସାଥୀମାନେ ଦୁର୍ଗମ ପରିସ୍ଥିତିରେ ଫସି ରହିଥିଲେ । ଚାରିଆଡ଼େ ବନ୍ୟାଜଳ ଓ ଅନିଶ୍ଚିତତା ଭିତରେ କିପରି ଦିନ କାଟିଥିଲେ, କେଉଁଭଳି ଭାବେ ସେଠାରୁ ବାହାରି ସୁରକ୍ଷିତ ଭାବେ ଓଡ଼ିଶା ଫେରିଲେ—ସେସବୁ ନେଇ କୁଲସୁମ୍ କନକ ନ୍ୟୁଜ୍‌କୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ ଅନୁଭୂତି ବଖାଣିଛନ୍ତି । ପ୍ରଳୟଙ୍କରୀ ବନ୍ୟା ମଧ୍ୟରେ ଫସି ରହିବା ପରେ ଶେଷରେ ସୁରକ୍ଷିତ ଭାବେ ଫେରିଆସିବା ତାଙ୍କ ପାଇଁ ଏକ ନୂଆ ଜୀବନ ଭଳି । କେବଳ କୁଲସୁମ୍ ନୁହଁନ୍ତି, ତାଙ୍କ ସହ ନେପାଳ ଯାଇଥିବା ଅନ୍ୟ ସାଥୀମାନେ ମଧ୍ୟ ସୁରକ୍ଷିତ ଭାବେ ନିଜ ନିଜ ଘରେ ପହଞ୍ଚିଛନ୍ତି । ଝିଅକୁ ସୁରକ୍ଷିତ ଭାବେ ଆଖି ସାମ୍ନାରେ ଦେଖିବା ପରେ କୁଲସୁମ୍‌ଙ୍କ ପରିବାର ଆଶ୍ୱସ୍ତ ହୋଇଛନ୍ତି । ଯେଉଁ ମୁହୂର୍ତ୍ତରେ ଝିଅର ସୁରକ୍ଷାକୁ ନେଇ ପରିବାର ଚିନ୍ତାରେ ଥିଲେ, ଏବେ ସେହି ପରିବାରରେ ଖୁସିର ମାହୋଲ । ନେପାଳର ପ୍ରଳୟ ଭିତରୁ ଜୀବନ ବଞ୍ଚାଇ ଫେରିଥିବା କୁଲସୁମ୍‌ଙ୍କ କାହାଣୀ ଏବେ ଚର୍ଚ୍ଚାରେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial