କୋରାପୁଟ: କୋରାପୁଟରେ ବର୍ଷାର ବିତ୍ପାତ । ଗତ ୨୪ ଘଣ୍ଟାରେ ଜିଲ୍ଲାରେ ରେକର୍ଡ ହୋଇଛି ୩୨୯.୬ ମିଲିମିଟର ବର୍ଷା । ଜିଲ୍ଲାର ହାରାହାରି ବର୍ଷା ପରିମାଣ ୨୩.୫୪ ମିଲିମିଟର ଥିବା ବେଳେ ଲଗାତାର ବର୍ଷାକୁ ନେଇ ବିଭିନ୍ନ ଅଞ୍ଚଳରେ ଚିନ୍ତା ବଢ଼ିଛି ।
ଜିଲ୍ଲା ଜରୁରୀକାଳୀନ ବିଭାଗର ତଥ୍ୟ ଅନୁସାରେ, ଜୟପୁର ବ୍ଲକରେ ସର୍ବାଧିକ ୪୩.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ବୋରାଇପାରିଗୁଡ଼ାରେ ୪୩ ମିମି, ସେମିଳିଗୁଡ଼ାରେ ୩୯.୪ ମିମି ଏବଂ କୋଟପାଡ଼ରେ ୩୬ ମିମି ବର୍ଷା ହୋଇଛି । ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ଜଳ ଜମିବା ଆଶଙ୍କା ଦେଖାଦେଇଛି । ଏଥିସହ ନଦୀନାଳର ଜଳସ୍ତର ବଢ଼ିବା ନେଇ ମଧ୍ୟ ଚିନ୍ତା ବଢ଼ିଛି । ବର୍ଷାର ପରିମାଣ ଆହୁରି ବଢ଼ିଲେ ଜିଲ୍ଲାର କିଛି ଅଞ୍ଚଳରେ ଜନଜୀବନ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି । ଅଧିକ ବର୍ଷାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଉଛି । ନଦୀନାଳର ଜଳସ୍ତର, ତଳିଆ ଅଞ୍ଚଳ ଓ ବର୍ଷାଜନିତ ସମ୍ଭାବ୍ୟ ସମସ୍ୟା ଉପରେ ନିରୀକ୍ଷଣ ଜାରି ରହିଛି । ଆଗକୁ ଆହୁରି ବର୍ଷା ହେଲେ କୋରାପୁଟରେ ସ୍ଥିତି ଅଧିକ ଗମ୍ଭୀର ହୋଇପାରେ ।












Leave a Reply