ବାଲେଶ୍ୱର: ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶି କଳାକନା ବୁଲାଇଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ମାଣିପୁର ପଞ୍ଚାୟତର ଗୁଲୁଣିଆ ଗାଁରେ ଘଟିଛି ଏଭଳି ଚୋରି ଘଟଣା। କେଳୁଚରଣ ବେହେରାଙ୍କ ଘରୁ ଲକ୍ଷାଧିକ ଟଙ୍କାର ଗହଣା ସହ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କେଳୁଚରଣ ବେହେରାଙ୍କ ସ୍ତ୍ରୀ ଓ ପୁଅ ବାଗୁଡ଼ି ବଜାରରେ ଏକ ପରିବା ଦୋକାନ କରିଛନ୍ତି। ପ୍ରତିଦିନ ଭଳି ଗତକାଲି ମଧ୍ୟ ସେମାନେ ଦୋକାନକୁ ଯାଇଥିଲେ। କାମ ସାରି ରାତିରେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ଘରର ପଛପଟ କବାଟ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ଯାଞ୍ଚ କରିବା ପରେ ଲକ୍ଷାଧିକ ଟଙ୍କାର ଗହଣା ଏବଂ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡ଼ିଥିଲା। ଚୋରି ସମ୍ପର୍କରେ ପରିବାର ପକ୍ଷରୁ ସୋର ପୁଲିସକୁ ଖବର ଦିଆଯାଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଘରର ପଛପଟ କବାଟ ଭାଙ୍ଗି ଦୁର୍ବୃତ୍ତମାନେ କିପରି ଘରେ ପଶିଲେ ଏବଂ ଚୋରିରେ କେଉଁମାନେ ସମ୍ପୃକ୍ତ, ସେନେଇ ପୁଲିସ ତଦନ୍ତ ଚଳାଇଛି।
ଘରେ କେହି ନଥିଲେ, କଳାକନା ବୁଲାଇଲେ ଚୋର! ପଛ କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଗହଣା, ୫୦ ହଜାର ନଗଦ












Leave a Reply