ପାରାଦୀପରେ ଜଗନ୍ନାଥ ମନ୍ଦିରରେ ଚୋରି! ତାଲା ଭାଙ୍ଗି ଲୁଟିନେଲେ ୫ ଲକ୍ଷରୁ ଅଧିକ ଟଙ୍କାର ସାମଗ୍ରୀ

ପାରାଦୀପ: ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ନିମିଢ଼ି ଗାଁରେ ଥିବା ଏକ ବ୍ୟକ୍ତିଗତ ଜଗନ୍ନାଥ ମନ୍ଦିରରୁ ବଡ଼ଧରଣର ଚୋରି ଅଭିଯୋଗ ହୋଇଛି। ମାନସ ସ୍ବାଇଁଙ୍କ ବ୍ୟକ୍ତିଗତ ମନ୍ଦିରରୁ ୫ ଲକ୍ଷରୁ ଅଧିକ ଟଙ୍କାର ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ଆସିଛି। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିର କବାଟରେ ଲାଗିଥିବା ପିତ୍ତଳ ତାଲା ଭାଙ୍ଗି ଏହି ଚୋରି କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ମନ୍ଦିରରୁ ପିତ୍ତଳ ରାଧାକୃଷ୍ଣଙ୍କ ମୂର୍ତ୍ତି, ଲକ୍ଷ୍ମୀନାରାୟଣଙ୍କ ମୂର୍ତ୍ତି, ରୂପା ମୁକୁଟ, ଖଟୁଳି, ରୂପା ବଇଁଶି ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟିନେଇଛନ୍ତି। ତେବେ ମନ୍ଦିରରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ଦାରୁବିଗ୍ରହକୁ ଦୁର୍ବୃତ୍ତମାନେ ଛାଡ଼ି ଦେଇଥିବା ଜଣାପଡ଼ିଛି। ସକାଳେ ଫୁଲ ତୋଳିବାକୁ ଯାଇଥିବା ମନ୍ଦିରର ପୂଜକ ମନ୍ଦିର ଖୋଲିବାକୁ ଆସିଥିବା ବେଳେ କବାଟର ତାଲା କଟାଯାଇଥିବା ଦେଖିଥିଲେ। ଏହାପରେ ମନ୍ଦିର ପକ୍ଷରୁ ଘଟଣା ସମ୍ପର୍କରେ ପାରାଦୀପ ଲକ୍‌ ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି। ଚୋରିରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରି ଧରିବା ସହ ଲୁଟ୍‌ ହୋଇଥିବା ସାମଗ୍ରୀ ଉଦ୍ଧାର ପାଇଁ ତଦନ୍ତ ଚଳାଇଛି ପୁଲିସ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial