ଜଙ୍ଗଲ ଛାଡ଼ି ଗାଁ ମୁହାଁ ବଜ୍ରକାପ୍ତା! ଉଦ୍ଧାର ପରେ ସୁରକ୍ଷିତ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ମାଲକାନଗିରି: ଜଙ୍ଗଲ ଛାଡ଼ି ଜନବସତି ଆଡ଼କୁ ମୁହାଁଉଛନ୍ତି ବନ୍ୟଜନ୍ତୁ! ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ଜନ୍ତୁ ଜନବସତି ନିକଟକୁ ଚାଲିଆସୁଥିବା ବେଳେ ମାଲକାନଗିରି ଜିଲ୍ଲା ବାଲିମେଳା ରେଞ୍ଜ ଅଞ୍ଚଳରୁ ଏକ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି। ଚିତାପାରି ନିକଟସ୍ଥ ଖୋଲା ଜଙ୍ଗଲ ଅଞ୍ଚଳରେ ବଜ୍ରକାପ୍ତାଟି ବୁଲୁଥିବା ବେଳେ ବନ କର୍ମଚାରୀଙ୍କ ନଜରରେ ପଡ଼ିଥିଲା। ପରେ ବନ ବିଭାଗ ତାକୁ ଉଦ୍ଧାର କରି ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଦେଇଛି।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାର ବାଲିମେଳା ରେଞ୍ଜ ଅନ୍ତର୍ଗତ ଚିତାପାରି ନିକଟରେ ଥିବା ଖୋଲା ଜଙ୍ଗଲ ଅଞ୍ଚଳରେ ଏକ ବଜ୍ରକାପ୍ତା ବୁଲୁଥିବା ବନ କର୍ମଚାରୀ ଦେଖିବାକୁ ପାଇଥିଲେ। ବଜ୍ରକାପ୍ତାଟିକୁ ଦେଖିବା ପରେ ବନ ବିଭାଗର କର୍ମଚାରୀମାନେ ତୁରନ୍ତ ତାହାକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ବଜ୍ରକାପ୍ତାର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ପରୀକ୍ଷା ପରେ ତାହା ସୁରକ୍ଷିତ ଥିବା ନିଶ୍ଚିତ ହେବାରୁ ବନ ବିଭାଗ ପକ୍ଷରୁ ପୁଣି ଜଙ୍ଗଲ ମଧ୍ୟରେ ଛାଡ଼ି ଦିଆଯାଇଥିଲା। ବନ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ବଜ୍ରକାପ୍ତାଟି ପୁଣି ନିଜ ପ୍ରାକୃତିକ ବାସସ୍ଥାନକୁ ଫେରିପାରିଛି। ବଜ୍ରକାପ୍ତା ଏକ ବନ୍ୟପ୍ରାଣୀ ହୋଇଥିବାରୁ ଏହାର ସୁରକ୍ଷା ଓ ପ୍ରାକୃତିକ ଆବାସସ୍ଥଳର ସଂରକ୍ଷଣ ଗୁରୁତ୍ୱପୂର୍ଣ୍ଣ। ଜଙ୍ଗଲ ନିକଟରେ ବନ୍ୟଜନ୍ତୁ ଦେଖାଗଲେ ସେମାନଙ୍କୁ ଧରିବା କିମ୍ବା ହଇରାଣ କରିବା ପରିବର୍ତ୍ତେ ବନ ବିଭାଗକୁ ସୂଚନା ଦେବା ଉଚିତ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial