କେନାଲ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ; ଖୋକସା ଗ୍ରାମରେ ଶୋକାକୁଳ ପରିବେଶ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳି ପଞ୍ଚାୟତ ଖୋକସା ଗ୍ରାମରେ ଅଘଟଣ। କେନାଲକୁ ଶୌଚ ପାଇଁ ଯାଇଥିବା ବେଳେ ପାଣିରେ ବୁଡ଼ି ଅରୁଣ ସାମଲଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଖୋକସା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଅରୁଣ ସାମଲ ଗତକାଲି ସନ୍ଧ୍ୟା ସମୟରେ ଗାଁ ନିକଟସ୍ଥ କେନାଲ ନିକଟକୁ ଶୌଚ ପାଇଁ ଯାଇଥିଲେ। ତେବେ କୌଣସି କାରଣରୁ ସେ କେନାଲ ପାଣିରେ ବୁଡ଼ି ଯାଇଥିଲେ। ଅରୁଣ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ଶେଷରେ କେନାଲ ପାଣିରେ ତାଙ୍କୁ ଭାସୁଥିବା ଅବସ୍ଥାରେ ପାଇଥିଲେ। ପରିବାର ଲୋକେ ତୁରନ୍ତ ଅରୁଣଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଅରୁଣଙ୍କୁ ମୃତ ଘୋଷଣା କରିଥିଲେ। ଅରୁଣଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ଖୋକସା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial