ସାଇବର ଠକେଇର ଶିକାର ହେଲେ ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତୀ ବେହେରା 1.40 କୋଟି ଲୁଟିନେଲେ ସାଇବର ଠକ

୧ .୪0 କୋଟି ଟଙ୍କା ସାଇବର ଠକେଇର ଶିକାର ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତୀ ବେହେରା । ତେବେ ଟ୍ରେଡିଂ ଆପରେ ଟଙ୍କାର ପ୍ରଲୋଭନ ଦେଖାଇ ଅଭିଯୋଗକାରୀଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟିଥିଲେ ସାଇବର ଠକ । ସେ ଏନେଇ ଗତ ଜାନୁଆରୀ ମାସ ୨୩ ତାରିଖରେ ଭୁବନେଶ୍ୱର ସାଇବର ପୋଲିସ ଷ୍ଟେସନରେ ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତୀ ବେହେରା ଏକ ମମାଲା ରୁଜୁ କରିଥିଲେ । ଥାନାରେ ଏତେଲା ଦେବା ପରେ ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ପକ୍ଷରରୁ ଏକ ଟିମ ଗଠନ କରାଯାଇ ତଦନ୍ତ କରାଯାଇଥିଲା। ବହୁଚେଷ୍ଟା ପରେ ଟ୍ରେଡିଂ ଆପରେ କୋଟି କୋଟି ଟଙ୍କା ଠକେଇ ଘଟଣାରେ ଅନ୍ତର୍ଭୁକ୍ତ ୭ ଜଣ ଅଭିଯୁକ୍ତଙ୍କୁ କର୍ଣ୍ଣାଟକ ଓ ତାମିଲନାଡୁରୁ ଗିରଫ କଲା କ୍ରାଇମବ୍ରାଞ୍ଚ ଟିମ୍ । ତଦନ୍ତ ସମୟରେ ଅନେକ ସିମ କାର୍ଡ, ଆଧାରକାର୍ଡ ,ହ୍ବାଟସାର୍ପ ସ୍କ୍ରିନସର୍ଟ, ଡେବିଟ କାର୍ଡ ଓ ପାସବୁକ ଇତ୍ୟାଦି ଜବତ କରିବା ସହ ବିଭିନ୍ନ ଆକାଉଣ୍ଟ ଫ୍ରିଜ କରିବା ପରେ ୧୯ଲକ୍ଷ ଟଙ୍କା ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)