ପୁନର୍ବାର ଘଟିଛି ଏପରି ଏକ ଅଘଟଣ। ଜଣେ ନାବାଳିକାଙ୍କୁ ଟ୍ରେନ ଭିତରେ ଦୁଷ୍କର୍ମ କରାଯାଇଛି। ଏଥର ଶିକାର ହୋଇଛନ୍ତି ଜଣେ ଓଡ଼ିଆ ନାବାଳିକା। ଅଭିଯୁକ୍ତ ଜଣକ ବିହାରର ହୋଇଥିବା ବେଳେ ପୁଲିସ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି। ତେବେ ସୂଚନା ଅନୁସାରେ, ପୀଡ଼ିତା ଜଣକ ପରିବାର ସହିତ ସିକନ୍ଦରାବାଦ ଯାତ୍ରା କରୁଥିଲେ। ସେମାନେ ଶୀତତାପ ନିୟନ୍ତ୍ରିତ ବଗିରେ ରହିଥିଲେ। ବିହାରର ଜଣେ ଯୁବକ ସେହି ବଗିରେ ଯାତ୍ରା କରୁଥିଲେ। ଗୁରୁବାର ଭୋର ସମୟରେ ପୀଡ଼ିତାଙ୍କ ପରିବାରର ସମସ୍ତେ ଶୋଇଥିବା ସମୟରେ ସେ ଶୌଚାଳୟକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ଯୁବକ ତାଙ୍କ ପିଛା କରି ଶୌଚାଳୟ ଭିତରକୁ ବଳପୂର୍ବକ ପ୍ରବେଶ କରିଥିଲେ। ସେଠାରେ ସେ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିବା ସହ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଉତ୍ତୋଳନ କରିଥିଲେ। ଘଟଣା ବିଷୟରେ କାହାକୁ ନ ଜଣାଇବାକୁ ତାଙ୍କୁ ଧମକ ବି ଦେଇଥିଲେ। ନାବାଳିକା ଜଣକ ଶୌଚାଳୟରୁ ଆସିବା ପରେ ଗୁରୁବାର ସକାଳେ ପରିବାର ଲୋକଙ୍କୁ ସବୁ ଜଣାଇଥିଲେ। ତାଙ୍କ ବାପା ଅଭିଯୁକ୍ତ ଯୁବକଠାରୁ ମୋବାଇଲ ଫୋନ ଛଡ଼ାଇ ରଖିବା ସହିତ ପୁଲିସକୁ ଖବର ଦେଇଥିଲେ। ସିକନ୍ଦରାବାଦରେ ଟ୍ରେନ ପହଞ୍ଚିବା କ୍ଷଣି ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା।
ସୂଚନା ଅନୁସାରେ ହାଇଦ୍ରାବାଦରେ ଏକ ଚଳନ୍ତା ଟ୍ରେନରେ ଜଣେ ୨୫ ବର୍ଷୀୟା ଯୁବତୀଙ୍କୁ ଏପରି ଦୁଷ୍କର୍ମ ଉଦ୍ୟମ କରାଯାଇଥିଲା। ସେ ନିଜକୁ ରକ୍ଷା କରିବା ଲାଗି ଚଳନ୍ତା ଟ୍ରେନରୁ ଡେଇଁ ପଡ଼ିଥିଲେ। ହେଲେ ବାରମ୍ବାର ଏପରି ଘଟଣା ଟ୍ରେନ ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି।















Leave a Reply