ପାତ୍ରପଡା ହିଟ୍ ଆଣ୍ଡ ରନ୍ ଘଟଣାରେ ବନ୍ଧା ହେଲା ଅଭିଯୁକ୍ତ ଥାର୍ ମାଲିକ ସୋମନାଥ ବେହେରା ।

ଭୁବନେଶ୍ୱର ପାତ୍ରପଡା ହିଟ୍ ଆଣ୍ଡ ରନ୍ ଘଟଣାରେ ବନ୍ଧା ହେଲେ ଅଭିଯୁକ୍ତ ଥାର୍ ମାଲିକ । ଏହି ଦୁର୍ଘଟଣାରେ ମାଆ, ଝିଅଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଫେରାର ହୋଇଯାଇଥିଲା ଡ୍ରାଇଭର । ଆଜି ପୁରୀରୁ ସୋମନାଥ ବେହେରାକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଏହି ଘଟଣାରେ ପୂର୍ବରୁ ୫ଜଣଙ୍କୁ ଗିରଫ କରାଯାଇଥିଲା । କୁହାଯାଉଛି, ୨୨ ବର୍ଷୀୟ ଅଙ୍କିତ ରାକ୍ଷୀ ପୂର୍ଣ୍ଣିମା ରାତିରେ ସ୍କର୍ପିଓ ଚଳାଉଥିଲେ ଏବଂ ଥାର୍ ଗାଡ଼ି ସହ ରେସିଂ କରୁଥିଲେ । ଆଉ ସେହି ରେସିଂ ବେଳେ ପାତ୍ରପଡ଼ା ଠାରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ଯେଉଁ ଦୁର୍ଘଟଣାରେ ମାନସ ରାଉଳଙ୍କ ପତ୍ନୀ ଓ ତାଙ୍କ ୮ ବର୍ଷିୟା କୁନି ଝିଅର ଜୀବନ ଯାଇଥିଲା । ଏହାକୁ ନେଇ ୨ ଦିନ ଧରି ରାସ୍ତାରୋକ କରିଥିଲେ ସଂପର୍କୀୟ ଏବଂ ସ୍ଥାନୀୟ ବାସିନ୍ଦା । କିନ୍ତୁ ଏଯାଏଁ ଦୁର୍ଘଟଣା ଘଟାଇଥିବା କିଲର୍ ଥାର୍ କିଏ ଚଳାଉଥିଲା, ତାହା ସ୍ପଷ୍ଟ ହୋଇନି ?

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)