ଆଜି ସୁନ୍ଦରଗଡ଼ ସହରର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ହେବା ସହ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ।

ଅକ୍ଷର ବ୍ୟୁରୋ: ଆଜି ସୁନ୍ଦରଗଡ଼ ସହରରେ ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ । ପୂରା ସୁନ୍ଦରଗଡ଼ ସହରରେ BNS ୧୬୩ ଜାରି । ଜିଲ୍ଲାର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଛି । ଯେଉଁଥିରେ ୪ ପୁଲିସ କର୍ମୀଙ୍କ ସମେତ ୧୨ ଆହତ ହୋଇଛନ୍ତି । ହିଂସାକାଣ୍ଡ ଓ ଉତ୍ତେଜନାକୁ କାବୁ କରିବା ପାଇଁ ସହରରେ ୧୬୩ ଧାରା ବଳବତ୍ତର ରହିଛି । ଇଣ୍ଟରନେଟ୍ ଉପରେ ଲଗାଯାଇଛି କଟକଣା । ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼ ସହରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଆଜି ସୁନ୍ଦରଗଡ଼ ସହରରେ ବନ୍ଦ ରହିବ ସ୍କୁଲ ଓ କଲେଜ । ହିଂସାକାଣ୍ଡ ଓ ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସହର ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ସରକାରୀ ବେସରକାରୀ ସ୍କୁଲ ଓ କଲେଜ ଆଜି ବନ୍ଦ ରହିବ । କୌଣସି ଏକ ଗୁଜବକୁ ନେଇ ସୁନ୍ଦରଗଡ଼ ଜିଲ୍ଲାର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଉତ୍ତେଜନା ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ହିଂସାର ରୂପ ନେଇଥିଲା । ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି, ଏସପି, ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)