ମହାନଦୀ ଜଳ ବିବାଦ ପାଇଁ ଗଠନ ହେଲା ୭ ଜଣିଆ ଉଚ୍ଚସ୍ତରୀୟ କମିଟି ।

ଅକ୍ଷର ବ୍ୟୁରୋ: ମହାନଦୀ ଜଳ ବିବାଦ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ୭ ଜଣିଆ କମିଟି ଗଠନ । ମହାନଦୀ ଜଳ ସମ୍ବନ୍ଧୀୟ ସମସ୍ତ ପ୍ରାସଙ୍ଗିକ ଦିଗକୁ ପରୀକ୍ଷା କରିବ କମିଟି । କମିଟିରେ ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ସମ୍ପଦ ସ୍ୱାଇଁ ଅଛନ୍ତି । ସରୋଜ ପ୍ରଧାନ, ନିରଞ୍ଜନ ପୂଜାରୀ, ଜୟନାରାୟଣ ମିଶ୍ର ଓ ସୋଫିଆ ଫିର୍ଦୋସ ସଦସ୍ୟ ରହିଛନ୍ତି । ୨୦୧୬ରେ ମହାନଦୀକୁ ନେଇ ମୁଣ୍ଡ ଟେକିଥିଲା ଛତିଶଗଡ଼-ଓଡିଶା ଜଳ ବିବାଦ । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ରୁ ମହାନଦୀରେ ପାଣି ଛାଡିବାକୁ ନେଇ ସେ ସମୟରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେ ସମୟରେ ଛତିଶଗଡ଼ରେ ଥିଲେ ବିଜେପିର ରମଣ ସିଂ ସରକାର ଆଉ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର । ଏବେ ଉଭୟ ଛତିଶଗଡ଼ ଏବଂ ଓଡ଼ିଶାରେ ବିଜେପି ସରକାର ଆସିବା ପରେ ରାଜ୍ୟବାସୀଙ୍କ ଜଳ ବିବାଦ ସମାଧାନର ଆଶା ବଢିଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)