ଅକ୍ଷର ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅଧୀନ ଯୋରନ୍ଦା ଗାଁର ଜଣେ ବୀର ଯବାନ ଯୁଦ୍ଧରେ ଶହୀଦ ହୋଇଛନ୍ତି । ବୀର ଯବାନଙ୍କ ନାଁ ବିଜୟ କୁମାର ସାହୁ । ବିଜୟଙ୍କୁ ତାଙ୍କ ଜନ୍ମମାଟିକୁ ଅଣାଯାଇ ଗାର୍ଡ ଅଫ୍ ଅର୍ନର ଦିଆଯାଇଛି । ବୀର ଯବାନଙ୍କ ଶହୀଦ ଖବର ଶୁଣି ଢେଙ୍କାନାଳ ବିଧାୟକ ତଥା ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଦୁଃଖ ପ୍ରକାଶ । ସେ କହିଛନ୍ତି, ‘ବୀର ଯବାନଙ୍କ ଶହୀଦ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅନ୍ତିମ ବିଦାୟର ଶୋକାକୂଳ ପରିବେଶ ମୋତେ ଭାବପ୍ରବଣ କରିଛି । ଦେଶମାତୃକାର ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଶହୀଦ ଜବାନ ବିଜୟଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି। ଦେଶ ତଥା ଆମ ଢେଙ୍କାନାଳ ମାଟି ଆଜି ଜଣେ ସାହାସୀ ବୀରଙ୍କୁ ହରାଇଲା। ମାତୃଭୂମିର ସେବା ପାଇଁ ବିଜୟ କୁମାର ସାହୁଙ୍କ ନିସ୍ୱାର୍ଥପର ବଳିଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ମନ୍ତ୍ରୀ କହିଛନ୍ତି ।
ଢେଙ୍କାନାଳ ଜିଲ୍ଲାର ଜଣେ ବୀର ଯବାନ ଶହୀଦ; ଦୁଃଖ ପ୍ରକାଶ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।












Leave a Reply