ଅକ୍ଷର ବ୍ୟୁରୋ: ହାଇୱା ଧକ୍କାରେ ୩ ମୃତ । ପାହାଳ ଥାନା ଅନ୍ତର୍ଗତ ଅନନ୍ତପୁର ଛକରେ ଘଟିଛି ଏକ ବଡ ଦୁର୍ଘଟଣା । ବାଇକରେ ୩ ଯୁବକ ନିଆଳି ରାସ୍ତାରେ ଯାଉଥିବା ବେଳେ ଏକ ହାଇୱା ସମସ୍ତଙ୍କୁ ଚାପିଦେଇଛି । ଘଟଣାସ୍ଥଳରେ ପାହାଳ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ପଠାଇଛି । ବାଇକ ନମ୍ବରକୁ ଅନୁସନ୍ଧାନ କରି ପୋଲିସ ଆର୍ଟିଓ ରେକର୍ଡରେ ଥିବା ମାଲିକଙ୍କ ସହ ଯୋଗାଯୋଗ କରିଥିଲା । ହେଲେ ଗାଡ଼ି ମାଲିକ ବହୁଦିନ ପୁର୍ବରୁ ବାଇକ୍ ବିକ୍ରି କରିଦେଇଥିବା ପୁଲିସକୁ କହିଥିଲେ । ଫଳରେ ଏଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ ।
ପାହାଳ ଥାନା ନିକଟ ଛକରେ ଏକ ବଡ ଦୁର୍ଘଟଣା; ହାଇୱା ଧକ୍କାରେ ୩ ମୃତ ।












Leave a Reply