ନୟାଗଡ଼ରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ; ୨୦ରୁ ଅଧିକ ଯାତ୍ରୀ ଗୁରୁତର ।

ଅକ୍ଷର ବ୍ୟୁରୋ: ସକାଳୁ ସକାଳୁ ବଡ ଅଘଟଣ । ନୟାଗଡ଼ରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ରକମାରୁ ନୟାଗଡ଼ ଆସୁଥିଲା ବସ୍‌ଟି । ଭାରସାମ୍ୟ ହରାଇ ଖେଡ଼ପଡ଼ା ନିକଟରେ ଓଲଟି ପଡିଥିଲା । ବସ୍ ତଳେ ଦୁଇଜଣ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)