ଅନୁଗୁଳ ଜିଲ୍ଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା; ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ଗିରଫ ।

ଅକ୍ଷର ବ୍ୟୁରୋ: ୨୪ ଘଣ୍ଟା ଭିତରେ ଧରାପଡ଼ିଲା ଅଭିଯୁକ୍ତ । ଅନୁଗୁଳ NTPC ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଆଶିଷ ନାଏକ । ନାବାଳିକା ଜଣକ ଶାଗ ତୋଳିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଆଶିଷ ତାକୁ ପିଛା କରି ଦୁଷ୍କର୍ମ ଉଦ୍ୟମ କରିଥିଲା । ପ୍ରତିବାଦ କରିବାରୁ ଗାମୁଛାରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା । ଏହାପରେ ଧରାପଡ଼ିବା ଭୟରେ ଗାଁରୁ ମାରିଥିଲା ଚମ୍ପଟ । ତେବେ ଅଭିଯୋଗର ୨୪ ଘଣ୍ଟା ଭିତରେ ପୋଲିସ ତାକୁ ଗିରଫ କରିଛି । ଅଭିଯୁକ୍ତ ମୃତ ନାବାଳିକାର ପଡ଼ୋଶୀ ବୋଲି ସୂଚନା ଦେଇଛନ୍ତି ଅନୁଗୁଳ ଏସପି । ପୋଲିସ ମାମଲାକୁ ଗୁରୁତ୍ୱର ସହ ନେଇ ଜଣେ DSPଙ୍କୁ ତଦନ୍ତ ଭାର ଦିଆଯାଇଥିବା ଅନୁଗୁଳ ଏସପି କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)