ରାଜଧାନୀ ଭୁବନେଶ୍ଵରର ପଳାଶୁଣିରେ ପୁଣି ଏକ ସିରିଜ୍ ଦୁର୍ଘଟଣା। କାଲି ରାତିରେ ପଳାଶୁଣି ଛକ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିଲା ଟ୍ରକ। ପରେ ପଛକୁ ପଛ ପିଟି ହୋଇଛି ଆଉ ୩ଟି ଗାଡି। ଘଟଣାସ୍ଥଳରେ ଜଣେ ଗୁରୁତର ହୋଇପଡିଛନ୍ତି। ଦୁର୍ଘଟଣାସ୍ଥଳରେ ପୋଲିସ ପହଁଚି ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ତେବେ ଏହାକୁ ନେଇ ରାତିରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ପୋଲିସ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ ସୁଦ୍ଧା କାହିଁକି ଏଭଳି ଦୁର୍ଘଟଣା ଘଟିଲା ସେ ନେଇ ଛାନଭିନ ଜାରି ରହିଛି। ବ୍ଲାକସ୍ପଟ ପାଲଟିଛି ଏହି ପଳାଶୁଣି ଛକ। ନିତିଦିନ ଏହି ଛକରେ ଦୁର୍ଘଟଣା ଖବର ଆସୁଥିଲେ ମଧ୍ୟ ନିୟନ୍ତ୍ରଣ ହୋଇପାରିନାହିଁ।
ପଳାଶୁଣିରେ ପୁଣି ଘଟିଲା ଦୁର୍ଘଟଣା; ଭାରସାମ୍ୟ ହରାଇ ପଛକୁ ପଛ ପିଟି ହେଲେ ଆଉ ୩ଟି ଯାନ।












Leave a Reply