ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ; ବୈଠକରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ଦଳର ବିଧାୟକ ଉପସ୍ଥିତ ।

ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ। ବିଧାନସଭା ସମ୍ମିଳନୀ କକ୍ଷରେ ସର୍ବଦଳୀୟ ବୈଠକ ଆରମ୍ଭ। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ। ବିଜେପି, ବିଜେଡି, କଂଗ୍ରେସ ଓ ସିପିଏମ୍ ବିଧାୟକ ଉପସ୍ଥିତ। ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉପସ୍ଥିତ। ୨ ଉପମୁଖ୍ୟମନ୍ତ୍ରୀ ଓ ସରକାରୀ ଦଳ ମୁଖ୍ୟ ସଚେତକ ଉପସ୍ଥିତ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ଆଇନ ମନ୍ତ୍ରୀ ମଧ୍ୟ ଉପସ୍ଥିତ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉପସ୍ଥିତ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଉପସ୍ଥିତ। ସବୁ ଦଳର ବିଧାୟକଙ୍କ ସହଯୋଗ ଓ ସମର୍ଥନ ଲୋଡୁଛନ୍ତି ବାଚସ୍ପତି। ବିଧାନସଭାକୁ ସୁରୁଖୁରରେ ଚଲାଇବା ପାଇଁ ସର୍ବଦଳୀୟ ବୈଠକ। ଆସନ୍ତା ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୌସୁମୀ ଅଧିବେଶନ। ଏଥର ବିଧାନସଭା ଅଧିବେଶନରେ ମୋଟ୍‌ ୭ଟି କାର୍ଯ୍ୟଦିବସ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)