ଅକ୍ଷର ବ୍ୟୁରୋ: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍ । ବାରଙ୍ଗ ନିକଟରେ ଗୋଟିଏ ହାଇୱାକୁ ପଛରୁ ପିଟିଛି ଆମ ବସ୍ । ଏହି ବସ୍ କଟକ ପଟୁ ଭୁବନେଶ୍ୱର ଆଡକୁ ଆସୁଥିଲା । ବାରଙ୍ଗ ଥାନା ଅନ୍ତର୍ଗତ ପଦ୍ମନାଭ ନଗର ଛକ ନିକଟରେ ଦୁର୍ଘଟଣା ଘଟିଛି । ବସରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏହି ଆମ ବସର ନମ୍ୱର ହେଉଛି ୩୭ । ଦୁର୍ଘଟଣାରେ ଆମ ବସ୍ ର ୨ଟି କାଚ ଭାଙ୍ଗି ବସ୍ ଭିତରେ ଥିବା ଯାତ୍ରୀଙ୍କ ଉପରେ ପଡ଼ିଥିଲା । ବସ୍ ଝରକା ପାଖରେ ବସିଥିବା ଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆମ ବସ୍ ଡ୍ରାଇଭରଙ୍କ ଅସାବଧାନତା ପାଇଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଏହି ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି ।
ଦୁର୍ଘଟଣା ଘଟାଇଲା ଆମ ବସ୍; ବାରଙ୍ଗ ନିକଟରେ ହାଇୱାକୁ ପଛରୁ ପିଟିଲା ଆମ ବସ୍ ।












Leave a Reply