୫୫ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ପଛରୁ ପିଟିଲା ଆମ୍ବୁଲାନ୍ସ; ଆଟେଣ୍ଡାଣ୍ଟ ମୃତ, ଡ୍ରାଇଭର ଗୁରୁତର ।

ଅକ୍ଷର ବ୍ୟୁରୋ: ଢେଙ୍କାନାଳରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ପିଟିଲା ଆମ୍ବୁଲାନ୍ସ । ଟ୍ରକ ପଛକୁ ପିଟିବା ପରେ ଚୁରମାର ହେଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସର ଜଣେ ଆଟେଣ୍ଡାଣ୍ଟ ମୃତ, ଡ୍ରାଇଭର ଗୁରୁତର । ଢେଙ୍କାନାଳ ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳ ନିକଟରେ ଘଟିଛି ଏହି ଦୁର୍ଘଟଣା । ଭୁବନେଶ୍ୱରରେ ରୋଗୀ ଛାଡ଼ି ଅନୁଗୁଳ ଫେରୁଥିଲା ଆମ୍ବୁଲାନ୍ସ । ଏହି ସମୟରେ ଟ୍ରକଟି ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଆମ୍ୱୁଲାନ୍ସଟି ପଛପଟୁ ଧକ୍କା ଦେଇଥିଲା । ମୃତକ ଜଣକ ହେଉଛନ୍ତି ଅନୁଗୁଳ ଜିଲ୍ଲା ବନବାସପୁର ଅଞ୍ଚଳର ଗୁଣନିଧି ଜ୍ୟୋତିଷ । ମୋଟଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)