ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା ସପ୍ତାହରେ ପୁଣି ଭିଜାଇବ ବର୍ଷା !

ଅକ୍ଷର ବ୍ୟୁରୋ: ଆସୁଛି ଆଉ ଏକ ଲଘୁଚାପ । ପୁଣି ଭିଜାଇବ ବର୍ଷା । ଆସନ୍ତା ସପ୍ତାହରେ ଉତ୍ତର ବଙ୍ଗୋପ ସାଗରରେ କିମ୍ବା ଆଣ୍ଡାମାନ ସାଗରରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ ଆକଳନ କରିଛନ୍ତି ଅର୍ନ୍ତଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ୍ । ଅନ୍ୟପଟେ କେନ୍ଦ୍ରୀୟ ଛତିଶଗଡ଼ ଏବଂ ଆଖପାଖ ଅଞ୍ଚଳରେ ସୁଚିହ୍ନିତ ଲଘୁଚାପ କ୍ଷେତ୍ର ବା ମୋନ୍ଥାର ଅବଶିଷ୍ଟାଂଶ ଗତ ୬ ଘଣ୍ଟା ମଧ୍ୟରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରି ଆଜି ସକାଳେ ଝାଡ଼ଖଣ୍ଡ ଏବଂ ଏହାର ଆଖାପଖ ଅଞ୍ଚଳ ଉପରେ ପଡ଼ିଛି । ଏହା ବିହାରର ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)