କିଟ୍‌ରେ ଆଉ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର; ଆତ୍ମହତ୍ୟା କରିଥିବା ନେଇ ଇନ୍‌ଫୋସିଟି ପୁଲିସ୍ ସୂଚନା ।

ଅକ୍ଷର ବ୍ୟୁରୋ: କିଟ୍‌ରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା । କମ୍ପ୍ୟୁଟର ସାଇନ୍ସ ପ୍ରଥମ ବର୍ଷ ଛାତ୍ର ରାହୁଲ ଯାଦବଙ୍କ ସନ୍ଦେହଜନକ ଭାବେ ମୃତ ଦେହ ଉଦ୍ଧାର, ହଷ୍ଟେଲ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତ ଦେହ । ଛାତ୍ରଙ୍କ ଘର ଛତିଶଗଡ଼ ବୋଲି ଜଣା ପଡ଼ିଛି, ଇନ୍‌ଫୋସିଟି ଥାନା ପୁଲିସ୍ ମୃତ ଦେହ ଜବତ କରିଥିବା ବେଳେ ତାଙ୍କ ବାପା ମା’ଙ୍କ ଆସିବାକୁ ଅପେକ୍ଷା କରିଛି । ପରିବାର ଲୋକ ଆସିବା ପରେ ଶବ ବ୍ୟବଛେଦ ପାଇଁ ପଠାଯିବ । ଗତକାଲି ରାତିରେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ଖବର ପାଇବା ପରେ ଇନ୍‌ଫୋସିଟି ପୋଲିସ ତଦନ୍ତ ଆରମ୍ଭ କରିଛି । ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ କିଟ୍ କର୍ତ୍ତୃପକ୍ଷ ହରଡ଼ଘଣାରେ ପଡ଼ିଥିବା ବେଳେ ଏବେ ଆଉ ଏକ କେସ୍ ସାମ୍ନାରେ ଛିଡାହୋଇଛି । ତେବେ ବାର ବାର କିଟ୍ ବିଶ୍ୱବିଦ୍ୟାଳୟରେ ଏପରି କାହିଁ ଘଟୁଛି ବୋଲି ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)