ବିଶ୍ୱ ଏଡ଼ସ୍ ଦିବସ ଅବସରରେ ଓଡିଶା ରାଜ୍ୟ ଏଡ଼ସ୍ ନିୟନ୍ତ୍ରଣ ସମିତି ପକ୍ଷରୁ ସଚେତନତା ପଦଯାତ୍ରା ।

ଅକ୍ଷର ବ୍ୟୁରୋ: ବିଶ୍ୱ ଏଡ଼ସ ଦିବସ ଅବସରରେ ଓଡିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି ପକ୍ଷରୁ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । କ୍ୟାପିଟାଲ ହସ୍ପିଟାଲ ପରିସରରେ ଆୟୋଜିତ ରାଲିକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ସୂଚନା ଅନୁଯାୟୀ, ରାଜ୍ୟରେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ୨୪୬୨ ଜଣ ଏଚ୍ଆଇଭି ପଜିଟିଭ ଚିହ୍ନଟ୍ ହୋଇଛନ୍ତି । ଚଳିତବର୍ଷ ୧୨ଲକ୍ଷ ସାଧାରଣ ଲୋକ ଏବଂ ୮ ଲକ୍ଷ ଗର୍ଭବତୀଙ୍କୁ ମିଶାଇ ମୋଟ ୨୦ଲକ୍ଷ ଟେଷ୍ଟ ପାଇଁ ଲକ୍ଷ୍ୟ ରହିଛି । ସେଥିରୁ ବର୍ତ୍ତମାନ ସୁଦ୍ଧା ୧୪ଲକ୍ଷ ଟେଷ୍ଟ ସରିଛି । ମୁଖ୍ୟତଃ ରେଟ ଅଫ ଟ୍ରାନ୍ସମିସନ ଅର୍ଥାତ ମାଆ ଠାରୁ ଶିଶୁଙ୍କୁ ସଂକ୍ରମଣ ସଂଖ୍ୟା ଅଧିକ ରହିଛି । ଏହାବାଦ ଅନୈତିକ ଯୌନ ସମ୍ପର୍କ ଏହାର ଅନ୍ୟ ଏକ କାରଣ ରହିଛି । କଟକ, ଗଞ୍ଜମ ଓ ନବରଙ୍ଗପୁରରେ ସଂକ୍ରମଣ ସଂଖ୍ୟା ଅଧିକ ରହିଛି । ଏଚଆଇଭି ସଂକ୍ରମଣରେ କ୍ୟାଟାଗୋରୀ-୧ ରେ କଟକ ରହିଛି ।

ସେହିଭଳି ମାଇଗ୍ରେସନ ଏବଂ ସୀମାବର୍ତ୍ତୀ ଜିଲ୍ଲା ନବରଙ୍ଗପୁରରେ ବି ସଂଖ୍ୟା ଅଧିକ ରହିଛି । ଏଚଆଇଭି ସଂକ୍ରମଣରେ ଜାତୀୟ ହାର ତୁଳନାରେ ଓଡିଶା ୩ ନମ୍ବରରେ ରହିଛି । ୨୦୨୨-୨୩ ତୁଳନାରେ ଚଳିତବର୍ଷ ପଜିଟିଭ ହାର ହ୍ରାସ ପାଇଛି । ୨୦୨୨-୨୩ରେ ସଂଖ୍ୟା ୩୨୩୨ ଥିବା ବେଳେ ୨୦୨୩-୨୪ ରେ ୩୪୩୬, ୨୦୨୪-୨୫ରେ ୩୭୬୯ ଏବଂ ୨୦୨୫ ଅକ୍ଟୋବର ସୁଦ୍ଧା ୨୪୬୨ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ୩୮୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, କଟକରେ ୨୬୧, ନବରଙ୍ଗପୁରରେ ୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଖୋର୍ଦ୍ଧାରେ ୩୩୮, ସମ୍ବଲପୁରରେ ୧୯୫, ସୁନ୍ଦରଗଡ଼ରେ ୧୨୧ ଅନୁଗୁଳରେ ୧୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)