ଆଜିଠୁ ଆରମ୍ଭ ହେଲା ବ୍ରହ୍ମପୁର ପ୍ରସିଦ୍ଧ ମା’ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା!

ଆଜିଠୁ ଆରମ୍ଭ ହେଲା ବ୍ରହ୍ମପୁର ପ୍ରସିଦ୍ଧ ମାବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଆଜି ମଧ୍ୟରାତ୍ରରୁ ଆରମ୍ଭ ହେବ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା । ଦିନରୁ ପାରମ୍ପାରିକ ଢାଞ୍ଚାରେ ଧେଣ୍ଡୁରା ବାଦ୍ୟ କରି ସହରବାସୀଙ୍କୁ ଯାତ୍ରା ସମ୍ପର୍କରେ ଅବଗତ କରାଯାଏ । ଏହି ଯାତ୍ରାର ବିଶେଷତ୍ୱ ହେଉଛି ଦୁଇ ବର୍ଷକୁ ଥରେ ମା’ ତାଙ୍କ ବାପଘରକୁ ଆସନ୍ତି ଏବଂ ମାସେ ଧରି ବାପ ଘରେ ରହି ପୂଜା ପାଆନ୍ତି । ତେଣୁ ସେପଟେ ମା’ଙ୍କ ଅସ୍ଥାୟୀ ପୀଠକୁ ବିଭିନ୍ନ ପ୍ରକାରର ଫୁଲରେ ସଜାଇବାରେ ଲାଗିଛନ୍ତି ଫୁଲ ବ୍ୟବସାୟୀ । ଆଜି ସନ୍ଧ୍ୟା ୫ଟାରେ ମା’ଙ୍କ ଯାତ୍ରା ନେଇ ଚାଙ୍ଗୁଡି ପୂଜା ହେବ । ରାତ୍ର ୧୧ଟା ସମୟରେ ଦେଶୀ ବେହେରା ସାହିରୁ ଏକ ବିରାଟ ପଟୁଆରରେ ମା’ଙ୍କ ମନ୍ଦିରରେ ପହଞ୍ଚିବେ ମା’ଙ୍କ ବାପାଙ୍କ ସମେତ ସହରବାସୀ । ସେଠାରେ ମା’ଙ୍କୁ ପୂଜାର୍ଚ୍ଚନା କରାଯିବା ସହ ମା’ଙ୍କ ଆଜ୍ଞାମାଳ ଧରି ପୁଣି ବିରାଟ ପଟୁଆରରେ ଦେଶୀ ବେହେରା ସାହିକୁ ଆସି ଆଜ୍ଞାମାଳକୁ ସ୍ଥାପନ କରାଯିବ। ତା’ପରେ ଆରମ୍ଭ ହେବ ମା’ଙ୍କ ଯାତ୍ରା । ଯେପରି ଝିଅଟିଏ ଶାଶୁଘରୁ ତା ବାପଘରକୁ ଆସିଲେ ସବୁ ପ୍ରକାର ଆୟୋଜନ କରାଯାଏ ଏବଂ ସମସ୍ତଙ୍କ ମନ ଖୁସି ଥାଏ। ସେହିପରି ମା’ଙ୍କ ଆଗମନକୁ ନେଇ ସହରବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯିବା ସହ ମା’ଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହୋଇ ଅଛନ୍ତି ସହରବାସୀ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)