ଅକ୍ଷର ବ୍ୟୁରୋ: ଭୁବନେଶ୍ୱରରେ ହୋର୍ଡିଂ ଭୁଶୁଡିବା ଘଟଣା । ପ୍ରତ୍ୟେକ ହୋର୍ଡିଂର ହେବ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ । ସୁସଂହତ ହେବ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ହୋର୍ଡିଂ ବ୍ୟବସ୍ଥା । ବିଏମ୍ସି କମିସନରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ କମିଶନର ଓ ରାଜସ୍ୱ ଉପାୟୁକ୍ତଙ୍କ ଉପସ୍ଥିତିରେ ଅନୁବନ୍ଧିତ ବିଜ୍ଞାପନ ସଂସ୍ଥାର ପ୍ରତିନିଧିମାନଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସମସ୍ତ ଅନୁବନ୍ଧିତ ସଂସ୍ଥାଙ୍କୁ ଚିଠି ମାଧ୍ୟମରେ ହୋର୍ଡିଂଗୁଡିକର ସ୍ଥାୟୀତ୍ୱ ପ୍ରମାଣପତ୍ର ଦେବା ପାଇଁ ଆଲୋଚନା ହୋଇଛି । ସମସ୍ତ ହୋର୍ଡିଂ ଢାଞ୍ଚାର ସୁରକ୍ଷା ଓ ରକ୍ଷଣାବେକ୍ଷଣର ପ୍ରାମାଣିକ ବିବରଣୀ ଦେବାକୁ କୁହାଯାଇଛି । ହୋର୍ଡିଂ ଗୁଡ଼ିକରେ ସମ୍ପୃକ୍ତ ସଂସ୍ଥାର ନାମ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଯଦି କୌଣସି ହୋର୍ଡିଂର ଫ୍ଲେକ୍ସ ଇତ୍ୟାଦି ଛିଣ୍ଡି ଉଡ଼େ, ତେବେ ସେଗୁଡିକୁ ସଙ୍ଗେ ସଙ୍ଗେ କାଟିଦେବା ପାଇଁ କୁହାଯାଇଛି । ଆବଶ୍ୟକୀୟ ସ୍ଥଳେ, ସୁରକ୍ଷା ଦୃଷ୍ଟିରୁ ହୋର୍ଡିଂଗୁଡିକୁ ହଟାଇ ଦେବାପାଇଁ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ୱରରେ ହୋର୍ଡିଂ ଭୁଶୁଡିବା ଘଟଣାରେ ବିଏମ୍ସି କମିସନରଙ୍କ ନିର୍ଦ୍ଦେଶ; ପ୍ରତ୍ୟେକ ହୋର୍ଡିଂର ହେବ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ।












Leave a Reply