ଅକ୍ଷର ବ୍ୟୁରୋ: ଚିଲିକାରେ ଡଙ୍ଗା ଚଳାଚଳ ନିଷିଦ୍ଧ । ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଚିଲିକା ଭିତରକୁ ଡଙ୍ଗା ଚଳାଚଳ ବନ୍ଦ । ଯାତ୍ରୀବାହୀ ଡଙ୍ଗା ଓ ମାଛଧରା ଡଙ୍ଗା ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଡଙ୍ଗା ଓ ମେସିନକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ଚିଲିକା ଭିତରେ ଅଛନ୍ତି ଆଜି ସୁଧା ଫେରି ଆସିବାକୁ ଅନୁରୋଧ କରାଯାଇଛି । ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀଙ୍କ ପକ୍ଷରୁ ଡାକବାଜି ଯନ୍ତ୍ରରେ ସତର୍କ କରାଯାଉଛି । ରାଜ୍ୟ ସରକାର ବିଭିନ୍ନ ବିଭାଗକୁ ନେଇ ସତର୍କ କରାଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିସନର ପକ୍ଷରୁ ନେଇ ପ୍ରସ୍ତୁତି ଜାରି ରହିଛି । ସେହିପରି ଜଳ ସମ୍ପଦ ବିଭାଗ ମଧ୍ୟ ନିଜର ଅଧିକାରୀମାନଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ କହିଛି । ସମ୍ଭାବ୍ୟ ବାତ୍ୟା ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି । ସେ କହିଛନ୍ତି, ବାତ୍ୟା ପାଇଁ ସ୍କୁଲ ଛୁଟି ନେଇ ଆଜି ନିଷ୍ପତ୍ତିି ନିଆଯିବ । ଆଜି ସମସ୍ତ ସରକାରୀ କର୍ମଚାରୀ ଅଫିସରେ ରହିବେ । ଅଧିକାରୀଙ୍କ ଛୁଟି ବାତିଲ ନେଇ କାଲି ନିଷ୍ପତ୍ତି ହେବ । ଛୁଟି ହେବ କି ନାହିଁ ଆଜି ନିଷ୍ପତ୍ତି ନିଆଯିବ ।
ସମ୍ଭାବ୍ୟ ବାତ୍ୟା ପାଇଁ ଚିଲିକାରେ ଆଜିଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଡଙ୍ଗା ଚଳାଚଳ ବନ୍ଦ ।












Leave a Reply