ତାଳଚେର ହାଟତୋଟା ସ୍ଥିତ ପୌରପରିଷଦ ମାର୍କେଟ କମ୍ପ୍ଲେକ୍ସର ଏକ ମୋବାଇଲ୍ ଦୋକାନରେ ନିଆଁଲାଗି ଭୟଙ୍କର ଦୃଶ୍ୟ ଦେଖାଯାଇଥିଲା । ଆଜି ପ୍ରାୟ ମଧ୍ୟାନ୍ନ ସମୟରେ ଉକ୍ତ ଦୁଇମହଲା କୋଠାରେ ଗୋଟିଏ କୋଠରୀରେ ନିଆଁ ଲାଗି ଅନ୍ୟ କୋଠରୀକୁ ବ୍ୟାପି ଯାଇଥିଲା । ଦୋକାନୀମାନେ ଏହା ଦେଖି ଭୟଭିତ ହୋଇ ବାହାରକୁ ପଳାଇ ଆସିଥିଲେ । ତେବେ ଏହି ଅଗ୍ନିକାଣ୍ଡ ସଟ୍ସର୍କିଟ୍ ଜନିତ ହୋଇଥିବାର ସ୍ଥାନୀୟ ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ଏସମ୍ପର୍କରେ ତାଳଚେର ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବିଭାଗ ସେଠାରେ ପଂହଚି ନିଆଁକୁ ଆୟତ କରିଥିଲା । ଏହି ଘଟଣାରେ କେତେ କ’ଣ କ୍ଷୟକ୍ଷତି ଘଟିଛି ତାହା ଆକାଳନ କରାଯାଇ ନାହିଁ ।
ତାଳଚେର ମାର୍କେଟ କମ୍ପ୍ଲେକ୍ସର ଏକ ମୋବାଇଲ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ !












Leave a Reply