ଯାତ୍ରୀବାହୀ ବସ୍‌-ଟ୍ରକ୍ ମୁହାଁମୁହିଁ ଧକ୍କା; ୬ ଜଣଙ୍କର ମୃତ୍ୟୁ ଘଟିବା ସହ ୧୦ ଜଣଙ୍କର ଅବସ୍ଥା ଗୁରୁତର ।

କୋଇଡା ବ୍ଲକ୍ କେ.ବଲାଙ୍ଗ ଥାନା ନିକଟ ଜାତୀୟ ରାଜପଥ ୫୨୦ ଠାରେ ରାଉରକେଲାରୁ କୋଇଡାକୁ ଆସୁଥିବା ଏକ ଘରୋଇ ବସ୍ “ଲିଙ୍ଗରାଜ” ଅପରପାର୍ଶରୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଛି । ଯାତ୍ରୀବାହୀ ବସ୍‌ ରଙ୍ଗ ରୁଟ୍‌ରେ ଯାଇ ଏକ ଟ୍ରକ୍‌ ସହ ମୁହାଁମୁହିଁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୧୦ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି । ୫୨୦ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ରାସ୍ତା ଅସମ୍ପୂର୍ଣ୍ଣ ଯୋଗୁ ଘଟୁଛି । ଏବେ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୋଲିସ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୃତଦେହଗୁଡ଼ିକ ଲହୁଣିପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)