SI ସ୍କାମକୁ ନେଇ ସିବିଆଇର ଖୋଳତାଡ଼; ଅଭିଯୁକ୍ତ ଅରବିନ୍ଦ ଦାସକୁ ମାରାଥନ ଜେରା ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ବହୁ ଚର୍ଚ୍ଚିତ SI ସ୍କାମକୁ ନେଇ ଖୋଳତାଡ଼ କରୁଛି ସିବିଆଇ। ଓଡ଼ିଶାରେ ରହି ଏହାର ଗୋଟି ଗୋଟି ଲିଙ୍କ୍ ବାହାର କରୁଛି। ଏହାରି ଭିତରେ SI ସ୍କାମ୍ ର ଅଭିଯୁକ୍ତ ଅରବିନ୍ଦ ଦାସକୁ ମାରାଥନ ଜେରା କରିଛି ସିବିଆଇ। ଦୀଘା ମଡେଲ ଦାୟିତ୍ୱରେ ଥିଲା ଅଭିଯୁକ୍ତ ଅରବିନ୍ଦ ଦାସ। ୨ ଦିନିଆ ରିମାଣ୍ଡରେ ଆଣି ଅରବିନ୍ଦକୁ ମାରାଥନ ଜେରା କରାଯାଉଛି। ଜେରା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ସିବିଆଇ। ଏହା ସହ ରାଜ୍ୟ ବାହାରର ଲିଙ୍କ୍ ଖୋଜି ପାଇଛି ସିବିଆଇ । ଦଲାଲ ଅରବିନ୍ଦ ଦାସକୁ ଗତକାଲି ରିମାଣ୍ଡରେ ନେଇଥିଲା ସିବିଆଇ । ୨ ଦିନିଆ ରିମାଣ୍ଡରେ ନେବାକୁ ମିଳିଥିଲା ଅନୁମତି । ୩ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା ସିବିଆଇ । ଦୀଘା ମଡ୍ୟୁଲ କଥା ବୁଝୁଥିଲା ଅରବିନ୍ଦ । ମୁଖ୍ୟ ଅଭିଯୁକ୍ତ ତଥା କିଙ୍ଗପିନ ଶଙ୍କର ପୃଷ୍ଟିର ଖାସ ଥିଲା ଅରବିନ୍ଦ। ରିମାଣ୍ଡ ସମୟରେ ଚାକିରୀ ଠକେଇ ନେଇ ହୋଇପାରେ ବଡ଼ ଧରଣର ଖୋଳତାଡ଼ । ପୂର୍ବରୁ ୪ ଜଣଙ୍କୁ ନେଇ ପଚରାଉଚୁରା କରିଛି ସିବିଆଇ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)