ସାଇବର ସେଫ୍ଟି କ୍ୟାମ୍ପେନ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ଅକ୍ଷର ବ୍ୟୁରୋ: ଆଜିଠୁ ସାଇବର ସେଫ୍ଟି କ୍ୟାମ୍ପେନ । ଏକମାସ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଇବର ସୁରକ୍ଷା ନେଇ ସଚେତନା ସୃଷ୍ଟି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ । ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସଚେତନତା କାର୍ଯ୍ୟକ୍ରମ । ଏଥିପାଇଁ ସବୁ ଜିଲ୍ଲାରେ ଗଡ଼ିବ ୧୬ଟି ସାଇବାର ରଥ । ଏହି ଅବସରରେ ଗତକାଲି ମାସ୍କଟ ସାଇରାକୁ ଉନ୍ମୋଚନ କରିଛନ୍ତି ପୋଲିସ ଡିଜି ୱାଇ.ବି. ଖୁରାନିଆ । ଏହି କାର୍ଯ୍ୟକ୍ରମର ଟାଗ ଲାଇନ୍ “STOP, VERIFY AND SECURE”। ଗତକାଲି କାର୍ଯ୍ୟକ୍ରମର ଥିମ୍ ସଙ୍ଗକୁ ଉନ୍ମୋଚନ କରିଛନ୍ତି ପୋଲିସ ଡିଜି । ମାସେ ବ୍ୟାପି ଚାଲିବାକୁ ଥିବା କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା କରାଯିବ । ସାଇବର ସେଫଟିକୁ ନେଇ ଯୁବପିଢ଼ି ରିଲ ପ୍ରସ୍ତୁତ କରି ଏହାକୁ ସାଇବର ୱିଂସକୁ ଟ୍ୟାଗ ମଧ୍ୟ କରିପାରିବେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)