ଅକ୍ଷର ବ୍ୟୁରୋ: ଷ୍ଟାଚୁ ଅଫ ଇକ୍ୟୁଆଲିଟି ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହାଇଦ୍ରାବାଦରେ ଅବସ୍ଥିତ ଷ୍ଟାଚୁ ଅଫ ଇକ୍ୟୁଆଲିଟି ପରିଦର୍ଶନ କରି ଜଗଦଗୁରୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କୁ ପ୍ରାର୍ଥନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପରିଦର୍ଶନ ସମୟରେ ପ୍ରତିନିଧି ଦଳ ଶ୍ରୀ ଶ୍ରୀ ତ୍ରିଦଣ୍ଡି ଚିନ୍ନ ଶ୍ରୀମନ୍ତ ନାରାୟଣ ରାମାନୁଜ ଜୀୟର ସ୍ୱାମୀଜୀଙ୍କୁ ଭେଟିଥିଲେ । ତାଙ୍କ ସହ ଭାରତର ଆଧ୍ୟାତ୍ମିକ ପରମ୍ପରା ଏବଂ ରାମାନୁଜାଚାର୍ଯ୍ୟଙ୍କ ଉପଦେଶଗୁଡ଼ିକର ସମକାଳୀନ ସମାଜରେ ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ । ସ୍ୱାମୀଜୀ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ ଏବଂ ଓଡ଼ିଶାର ଲୋକମାନଙ୍କର ଶାନ୍ତି, ଉନ୍ନତି ଏବଂ ସମୃଦ୍ଧି ପାଇଁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ପରିଦର୍ଶନର ଏକ ଅଂଶ ଭାବରେ ମୁଖ୍ୟମନ୍ତ୍ରୀ ଶ୍ରୀ ଶ୍ରୀ ତ୍ରିଦଣ୍ଡି ଅହୋବିଲ ରାମାନୁଜ ଜୀୟର ସ୍ୱାମୀଜୀଙ୍କ ଦ୍ୱାରା ରଚିତ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଉପରେ ଓଡ଼ିଆ ଭଜନଟି ଉନ୍ମୋଚନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟି କେବଳ ଭାରତୀୟ ଆଧ୍ୟାତ୍ମିକ ଐତିହ୍ୟର ପ୍ରତୀକ ନୁହେଁ ବରଂ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଦ୍ବାରା ପ୍ରଦତ୍ତ ସାମାଜିକ ନ୍ୟାୟ, ମାନବିକ ମର୍ଯ୍ୟାଦାର କାଳଜୟୀ ମୂଲ୍ୟବୋଧକୁ ସ୍ମରଣ କରିଥାଏ । ଏହି ମୂଲ୍ୟବୋଧ ଓଡ଼ିଶାର ବିକାଶ, ସାମାଜିକ ସମନ୍ବୟ ଓ ଲୋକ କୈନ୍ଦ୍ରିକ ଶାସନ ବ୍ୟବସ୍ଥାକୁ ମାର୍ଗଦର୍ଶନ କରିବ ।
ହାଇଦ୍ରାବାଦରେ ଷ୍ଟାଚୁ ଅଫ ଇକ୍ୟୁଆଲିଟି ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ।












Leave a Reply