ନବନିଯୁକ୍ତି ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ; ଦୁର୍ନୀତି କରି ଟିଭି ଆଉ ଖବରରେ ନ ଆସନ୍ତୁ, ଦୁର୍ନୀତି ବିରୋଧରେ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତି ରହିଛି ।

ଅକ୍ଷର ବ୍ୟୁରୋ: ନବନିଯୁକ୍ତି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ । ରାଜ୍ୟରେ ସରକାରୀ ଅଧିକାରୀମାନେ କରୁଥିବା ଦୁର୍ନୀତିକୁ ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭିଜିଲାନ୍ସ ଚଢାଉରେ ଧରାପଡିଥିବା ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଉଦାହରଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଆଡିସିନାଲ ତହସିଲଦାର ୭୫ ଲକ୍ଷ ଟଙ୍କା ଖଟରେ ସାଇତିକି ରଖିଥିଲେ । ସରକାରୀ ଅଧିକାରୀ ମାନଙ୍କଠାରୁ ପୁଳା ପୁଳା ପ୍ଲଟ, ଟଙ୍କା ଓ ସୁନା ବାହାରୁଛି । ରାଜ୍ୟରେ ଦୁର୍ନୀତି ନିବାରଣ ସଂସ୍ଥା ଜୋରସୋରରେ କାମ କରୁଛି । ଯେଉଁମାନେ ଆଜି ନୂଆ ନିଯୁକ୍ତି ପାଉଛନ୍ତି ସେମାନେ ଦୁର୍ନୀତି କରି ଟିଭି ଆଉ ଖବରରେ ନ ଆସନ୍ତୁ । ଦୁର୍ନୀତି ବିରୋଧରେ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତି ରହିଛି । ଏଭଳି କହି ନୂଆ ଅଧିକାରୀଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଯେ, ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାବୁ, ଆୟବହିର୍ଭୁତ ସମ୍ପତି ଠୁଳ ମାମଲାରେ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଚଢ଼ାଉ ବେଳେ ୬ଲକ୍ଷ ୨୦ହଜାର ଟଙ୍କା ନଗଦ ଏବଂ ଶହେ ଗ୍ରାମରୁ ଅଧିକ ସୁନା ଜବତ କରାଯାଇଛି । ବଡ଼ କଥା ହେଉଛି ତାଙ୍କ ଶ୍ୱଶୁର ଘରୁ ନଗଦ ୭୫ଲକ୍ଷ ଟଙ୍କା ଜବତ କରାଯାଇଛି । ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସର ବିଭିନ୍ନ ଟିମ୍ ପକ୍ଷରୁ ଚାଲିଛି ଚଢ଼ାଉ । ବିଭିନ୍ନ ସ୍ଥାନରେ ଠାବ ହୋଇଛି ବାବୁଙ୍କର ବହୁତଳ ଅଟ୍ଟାଳିକା । ୬ଲକ୍ଷ ୨୦ହଜାର ଟଙ୍କା ନଗଦ ଏବଂ ଶହେ ଗ୍ରାମରୁ ଅଧିକ ସୁନା ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)