ଅକ୍ଷର ବ୍ୟୁରୋ: ପ୍ରତି ବର୍ଷ ଫେବୃଆରୀ, ମାର୍ଚ୍ଚ ମାସ ଆସିଲେ, ଆସିଯାଏ ସ୍କୁଲ୍ କଲେଜ୍ ରେ ପରୀକ୍ଷାର ସମୟ । ଛାତ୍ରଛାତ୍ରୀଙ୍କର ମନୋବଳ ଦୃଢ କରିବା ପାଇଁ କେବଳ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ ନୁହନ୍ତି, ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଛନ୍ତି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ଆଜି ଏହି ପରିପ୍ରେକ୍ଷୀରେ ପରୀକ୍ଷା ପେ ଚର୍ଚ୍ଚାର ନବମ ସଂସ୍କରଣ ୨୦୨୬ ଶିକ୍ଷା ବର୍ଷର ପରୀକ୍ଷାର୍ଥୀ ମାନଙ୍କ ସହ ଭୁବନେଶ୍ବର ୟୁନିଟ୍ ୧ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଦେଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ମାନଙ୍କ ସହ କଥାବାର୍ତ୍ତା ହୋଇ ପରୀକ୍ଷା ସମୟର ପ୍ରସ୍ତୁତି ଏବଂ ପାଠପଢା ସମୟର ପ୍ରସ୍ତୁତି ବିଷୟରେ ପରାମର୍ଶ ଦେଇଥିଲେ । ପ୍ରେସରରେ ନୁହେଁ, ପେସେନ୍ସ ରଖି ପାଠ ପଢିଲେ ପରୀକ୍ଷାର ପ୍ରସ୍ତୁତି ଉଚ୍ଚୋକୋଟୀର ହେବ । ପରୀକ୍ଷା ସମୟରେ ଏହି ଦୁଇଟି ଜିନିଷ ପ୍ରତ୍ୟେକ ପିଲାଙ୍କ ପାଇଁ ଲାଭଦାୟକ ହେବ । ନିଜର ଆତ୍ମ ବିଶ୍ୱାସ ହିଁ ସଫଳତାର ପ୍ରମୁଖ ଚାବିକାଠି । ଆଉ ଆତ୍ମ ବିଶ୍ୱାସ ଆସିଥାଏ ସତ କହିବା ଦ୍ୱାରା । ଏହା କହି ମୁଖ୍ୟମନ୍ତ୍ରୀ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆତ୍ମବିଶ୍ୱାସର ତତ୍ତ୍ୱ ବୁଝାଇଥିଲେ ।
‘ପରୀକ୍ଷା ପେ ଚର୍ଚ୍ଚା’ର ନବମ ସଂସ୍କରଣରେ ଛାତ୍ରଛାତ୍ରୀ ମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କଥାବାର୍ତ୍ତା ।












Leave a Reply