‘ଏକ ପେଡ୍‌ ମାକେ ନାମ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଗଛ ଲଗାଇଲେ ମୁଖ୍ୟମନ୍ତ୍ରୀ ।

ଆଜି ଅର୍ଥାତ୍‌ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଉପଲକ୍ଷେ ଗଛ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ବର ଏକାମ୍ର କଲେଜ ପରିସରରେ ମୁଖ୍ୟମନ୍ତ୍ରୀ ‘ଏକ ପେଡ୍‌ ମାକେ ନାମ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଗଛ ଲଗାଇଛନ୍ତି। ଆଜି ସାରା ରାଜ୍ୟରେ ୭୫ ଲକ୍ଷ ବୃକ୍ଷରୋପଣ କରିବେ ସରକାର। ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨ ଲକ୍ଷ ୯୦ ହଜାରରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବା ସୂଚନା।

ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ୭୫ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।ସାଢ଼େ ଚାରିକୋଟି ଓଡ଼ିଆଙ୍କ ତରଫରୁ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ତାଙ୍କର ଦୀର୍ଘ, ସୁସ୍ଥ ଏବଂ ନିରାମୟ ଜୀବନ କାମନା କରିବା ସହ ସେ ଆହୁରି ଉତ୍ସାହ, ଆଗ୍ରହ ଓ କଠିନ ପରିଶ୍ରମ ସହ ଜନସେବା କରନ୍ତୁ ଏହା ହିଁ କାମନା। ମୋଦୀଜୀଙ୍କ ଜନ୍ମଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଉପରେ ଆଶୀର୍ବାଦର ବର୍ଷା କରନ୍ତୁ ବୋଲି ପ୍ରାର୍ଥନା କରୁଛି। ମନ୍ତ୍ରୀ କହିଛନ୍ତି, ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଲୁଥିବା ସେବା ପକ୍ଷ ଅନ୍ତର୍ଗତ ସ୍ବଚ୍ଛତା ଅଭିଯାନରେ ଯୋଗ ଦେଲି। ଏହି ଅଭିଯାନ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ଦୃଷ୍ଟିକୋଣର ଜ୍ବଳନ୍ତ ଉଦାହରଣ। ଓଡ଼ିଶାକୁ ସ୍ବଚ୍ଛ ଓ ସୁନ୍ଦର ରାଜ୍ୟ ବନେଇବା ପାଇଁ ଆମେ ସମସ୍ତେ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)