ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨ ଦିନର ରହଣିରେ ଏକାଧିକ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ସାଂଗଠନିକ ଦିଗକୁ ନେଇ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଏପଟେ ଦିନେ ଦୁଇ ଦିନ ଭିତରେ ପୁଣି ଦିଲ୍ଲୀ ଗସ୍ତରେ ଯିବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଲୋକପ୍ରିୟତା, ଦଳୀୟ ଚିନ୍ତାଧାରାରେ କାର୍ଯ୍ୟ କରୁଥିବା ବ୍ୟକ୍ତି ନୂଆପଡ଼ା ପ୍ରାର୍ଥୀ ହେବେ ବୋଲି କହିଛନ୍ତି ମନମୋହନ ସାମଲ । ଓଡ଼ିଶା ସହ କେନ୍ଦ୍ରୀୟ ଟିମ୍ ମଧ୍ୟ ନୂଆପଡ଼ାରେ ସର୍ଭେ କରୁଛି, ସର୍ଭେ ଆଧାରରେ ପ୍ରାର୍ଥୀ ଚୟନ କରିବ ସଂସଦୀୟ ବୋର୍ଡ । କେନ୍ଦ୍ରୀୟ କମିଟି ମଧ୍ୟ ନୂଆପଡା ପ୍ରାର୍ଥୀ ନେଇ ସର୍ଭେ କରୁଛନ୍ତି । ଲୋକପ୍ରିୟତା, ଲୋକେ ଯାହାକୁ ଚାହୁଁଥିବେ, ଦଳୀୟ ଚିନ୍ତାଧାରା କାର୍ଯ୍ୟ କରୁଥିବେ, ଲୋକଙ୍କ ମୌଳିକ ସମସ୍ୟା ନେଇ ଜ୍ଞାନ ଗାରିମା ଥିବ, ସେଭଳି ଲୋକକୁ ପ୍ରାର୍ଥୀ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।
ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।












Leave a Reply