ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ ।

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ। ୨୦ କିମି ବେଗରେ ଉତ୍ତର ଦିଗକୁ ଗତିକରି ଆହୁରି ଘନୀଭୂତ । ଦୀଘା ଠାରୁ ୧୧୦ କିମି ପୂର୍ବ ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ। ଉତ୍ତର ଦିଗରେ ଗତି କରି ଅପରାହ୍ନରେ ଉପକୂଳ ଅତିକ୍ରମ କରିବା ସମ୍ଭାବନା। ସାଗର ଦୀପ ଓ ଖେପୁପାରା ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଓଡ଼ିଶାରେ ପାଣିପାଗକୁ ପ୍ରଭାବିତ କରୁଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ପାରାଦୀପରୁ ୧୨୦କିମି ଦୂରରେ ଅଛି ଅବପାତ। ଘନୀଭୂତ ହେଇ ଗଭୀର ଅବପାତରେ ପରିଣତ ହେବ।

ଏନେଇ ୪ ଜିଲାକୁ ଅରେଞ୍ଜ ଓ ୨୬ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଆଗାମୀ ୩ ଦିନ, ଅର୍ଥାତ ମେ ୩୧ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତିଙ୍କ କହିବା ଅନୁଯାୟୀ, ଏହି ଲଘୁଚାପ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଛି। ଏହା ରାଜ୍ୟରେ ୪-୫ ଦିନ ପାଇଁ ବର୍ଷା ଜାରି ରଖିବ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ମେ ୨୭ ଓ ୨୮ ତାରିଖରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଏବଂ ବିଜୁଳି ହେବାର ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ଉପକୂଳରେ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି, କାରଣ ପବନର ବେଗ ୪୦-୫୦ କି.ମି. ପ୍ରତି ଘଣ୍ଟା ରହିପାରେ, ଯାହା କିଛି ସ୍ଥାନରେ ୬୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମଧ୍ୟ ସକ୍ରିୟ ହୋଇଛି, ଯାହା ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)